ପ୍ରଥମ ବିସିଏ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

You are currently viewing ପ୍ରଥମ ବିସିଏ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ଅନୁଗୁଳ: ସ୍ଥାନୀୟ ବିଜୁପଟ୍ଟନାୟକ ଇନଡୋର ହଲରେ ତିନିଦିନିଆ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ବ୍ୟାଡମିଣ୍ଟନ କ୍ଳବ୍ ଅନୁଗୋଳ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ମିକ୍ସଡ୍ ଡବଲ୍ସରେ ମୁନାଲ ଏବଂ ନିଶିତା ଚମ୍ପିୟାନ ହୋଇଥିବା ବେଳେ ଚନ୍ଦ୍ର ଏବଂ ଯଶଶ୍ରୀ ରନରସ ଅପ୍ ହୋଇଥିଲେ। ସେହିଭଳି ପୁରୁଷ ଡବଲ୍ସରେ ଅନୁଗୁଳର ଅମ୍ଳାନ ଗଡ଼ନାୟକ ଓ ଅନିର୍ବାଣ ସାମନ୍ତଙ୍କ ଯୋଡ଼ି ଭୁବନେଶ୍ବରର ଚନ୍ଦ୍ର ଓ ଚରିତଙ୍କ ଯୋଡିକୁ ୨୪-୨୨ ଓ ୨୧-୫ ରେ ଚମ୍ପିୟାନ ହୋଇଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଡବଲ୍ସ ବ୍ୟତୀତ ୧୩ ବର୍ଷରୁ କମ ବାଳକ ଓ ବାଳିକା ଏବଂ ୧୭ ବର୍ଷରୁ କମ ବାଳକ ଓ ବାଳିକା ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଅନୁଗୁଳ ବାର ସଭାପତି ଦିଲୀପ ସାହୁ ଯୋଗ ଦେଇଥିଲେ। କ୍ଳବ୍ ପକ୍ଷରୁ ପ୍ରଦ୍ୟୁତ କୁମାର ଘୋଷ,ହିମାଂଶୁ ଭୁଷଣ ସାମଲ,ମହମ୍ମଦ ଆଜାରୁଦ୍ଦିନ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମାରୋହରେ ଦିବ୍ୟାଂଶି ପ୍ରିୟଦର୍ଶିନୀଙ୍କୁ ସୁଟିଂ ପାଇଁ ମୁଖ୍ୟ ଅତିଥି କ୍ରୀଡାଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।

Share

Leave a Reply