ବଅଁରପାଳରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ: ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ

You are currently viewing ବଅଁରପାଳରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ: ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ

ବଅଁରପାଳ: ଅନୁଗୁଳ ଜିଲ୍ଲା ଗୋତମରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବଅଁରପାଳ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ପରିବେଶ ମେଳା ଅନୁଷ୍ଠିତ ହୋଇଛି। ବିଜ୍ଞାନ ମେଳାରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଗୋଷ୍ଠୀ ଶିକ୍ଷାଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁମୁଦ ବିହାରୀ ସିଂ, ପୂର୍ବତନ ବ୍ଲକ ଶିକ୍ଷା ଅନୁନିରୀକ୍ଷକ ପିତାମ୍ବର ସାହୁ, ବରିଷ୍ଠ ଶିକ୍ଷକ ପ୍ରଦୀପ୍ତ କୁମାର ମାଝୀ, ପୁରନ୍ଦର ବିଶ୍ଵାଳ ଓ ମାନସ ରଞ୍ଜନ ପୃଷ୍ଟି ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମିଶ୍ର ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ଚିନ୍ତାଧାରା ବୈଜ୍ଞାନିକ ମନୋବୃତ୍ତି ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି ସହ ବିଜ୍ଞାନକୁ ଲୋକାଭିମୁଖୀ କରିବା ବିଜ୍ଞାନ ମେଳାର ଉଦ୍ଦେଶ୍ୟ ବୋଲି କହିଥିଲେ। ମେଳାରେ ୮୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ମହୀଧରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର ବେହେରା, ନୂଆହତା ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ କମଳାକାନ୍ତ ବିଶ୍ଵାଳ, ନେହରୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଧର ଗଡ଼ନାୟକ, ଭୋଗବେରେଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ ପ୍ରଧାନ, ବଅଁରପାଳ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ସର୍ବଶ୍ରୀ ପ୍ରସନ୍ନ ସାମଲ, କୁମୁଦ ଚନ୍ଦ୍ର ବେହେରା, ଶରତ ମହାରଣା, ଧୀରେନ୍ ସାହୁ, ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ପ୍ରଦୀପ୍ତ ମାଝୀ, ଗୋତମରା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କୁସୁମାଞ୍ଜଳୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ବୁଜା ଗଡନାୟକ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ଉନ୍ନୀତ ୫ ଟି ବିଦ୍ୟାଳୟର ନାମ ଘୋଷଣା କରିଥିଲେ। ସେଗୁଡ଼ିକ ହେଉଛି ସାନକେରଜାଙ୍ଗର ମାଲିକେଶ୍ଵର ହାଇସ୍କୁଲ, କନ୍ୟାବେଡ଼ା ସରକାରୀ ଉପ୍ରା ବିଦ୍ୟାଳୟ, କୁମ୍ଭାରସାହି ସରକାରୀ ଉପ୍ରା ବିଦ୍ୟାଳୟ, ବଳରାମ ପ୍ରସାଦ ଉଚ୍ଚ ବିଦ୍ୟାଳୟ, ଅଲେଖ ପାଟଣା ସରକାରୀ ଉପ୍ରା ବିଦ୍ୟାଳୟ।

ବିଚାରକ ଭାବେ ବରିଷ୍ଠ ବିଜ୍ଞାନ ଶିକ୍ଷକ ବିଜୟ କୁମାର ଧୀର ଓ ଗିରିଜା ଶଙ୍କର ତ୍ରିପାଠୀ ସମସ୍ତ ପ୍ରକଳ୍ପର ମୂଲ୍ୟାୟନ କରିଥିଲେ। ଗୋତମରା ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭାପତି ଓ ସଦସ୍ୟ ସହଯୋଗ କରିଥିଲେ।

Share

Leave a Reply