ବୌଦ୍ଧ-ଆଠମଲ୍ଲିକ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଆଲୋଚନା ଚକ୍ର

You are currently viewing ବୌଦ୍ଧ-ଆଠମଲ୍ଲିକ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଆଲୋଚନା ଚକ୍ର

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ ସଂସ୍କୃତି ଓ କଳା ପରିଷଦ ବୌଦ୍ଧ -ଆଠମଲ୍ଲିକ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ଓଡ଼ିଶା ସଂସ୍କୃତି ଓ କଳା ପରିଷଦ ରାଜ୍ୟ ସଭାପତି ଲକ୍ଷ୍ମୀଧର ସାହୁ, ସମ୍ମାନିତ ଅତିଥିଭାବେ ପୁରୀ ଜିଲ୍ଲା ସଂସ୍କୃତି ଓ କଳା ପରିଷଦ ସଭାପତି ନିରଞ୍ଜନ ସାସମଲ, ବୌଦ୍ଧ -ଆଠମଲ୍ଲିକ ସଂସ୍କୃତି ଓ କଳା ପରିଷଦ ସଭାପତି ପ୍ରେମାନନ୍ଦ କର୍ଣ୍ଣ, ସମ୍ପାଦକ ଧବଳେଶ୍ୱର ପ୍ରଧାନ, ଅବସର ପ୍ରାପ୍ତ ବିଡ଼ିଓ ରାହାସ ନାଏକ, କିଶୋର ନଗର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ଦେବରାଜ ପ୍ରଧାନ, ପବିତ୍ର ମୋହନ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେଲେ।
ଏ ଅବସରରେ କଳାକାରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଆଲୋଚନା ଚକ୍ରରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୋଇଲିସୂତା, ଯଟେସିଙ୍ଗା ଓ ଅନଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଭଗାମୁଣ୍ଡା, ମଦନପୁର, ଚନ୍ଦ୍ରପୁର, ସୋରିଷ ପଙ୍କ, ହିଁସାହି, ବିଜପୁର, କଣ୍ଠପଡାରର ଭାଗବତ ପ୍ରେମୀ ଉପସ୍ଥିତ ଥିଲେ।

Share

Leave a Reply