ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଖମଣା ଗାଁରେ ଭଉଣୀକୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗାଁର ପରମାନନ୍ଦ ନାଏକ ।
ସୂଚନା ମୁତବାକ, ପରମାନନ୍ଦଙ୍କ ଭଉଣୀ ମିନାକ୍ଷୀ ନାଏକ ସେହି ଖାମଣା ଗାଁରେ ବିବାହ କରିଛନ୍ତି । ସେ ବୁଧବାର ବାପ ଘରକୁ ଆସିଥିବା ବେଳେ ଉଭୟ ଭାଇ ଭଉଣୀଙ୍କ ମଧ୍ୟରେ ଲକ୍ଷ୍ମୀ ପୂଜା ବୁଲିବାକୁ ନେଇ ପାଟିତୁଣ୍ଡ ହୋଇଥିଲେ । କଥା ହାତାହାତି ପର୍ଯ୍ୟନ୍ତ ଯାଇଥିବା ବେଳେ ପରମାନନ୍ଦ ତାଙ୍କ ଭଉଣୀଙ୍କୁ ମାଡ଼ ମାରିଥିଲେ । ଏନେଇ ମିନାକ୍ଷୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ପରମାନନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନାଧିକାରୀ ନରେଶ ସାହୁ ପ୍ରକାଶ କରିଛନ୍ତି।