ଅନୁଗୁଳ: ଛୋଟ ଘଟଣାକୁ କେନ୍ଦ୍ରକରି ଗାଁରେ ଫୁଟିଛି ଗୁଳି । ଏଥିରେ ଜଣେ ଗୁରୁତର ହେଇଛନ୍ତି। ସାମାନ୍ୟ ବାଦବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବୁଧବାର ରାତି ପ୍ରାୟ ୧୦ ଟା ବେଳକୁ ଏହି ଗୁଳିମାଡ ହେଇଛି । ଏଥିରେ ଗାଁର ଅଖିଳ ବେହେରା (୩୩)ଙ୍କୁ ଗୁରୁତର ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି। ତାଙ୍କ ଅବସ୍ଥା ଉଦବେଗଜନକ ରହିଛି। ଏହି ଗାଁର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ କୌଣସି କାରଣ ପାଇଁ ଶତ୍ରୁତା ଥିଲା । ବୁଧବାର ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ବେଳେ ଉତ୍ୟକ୍ତ ହୋଇ ଶିଶିର ଏକ ବନ୍ଧୁକରେ ଅଖିଳଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଗୁଳିଟି ଅଖିଳଙ୍କ ବାମ ହାତ କହୁଣିରେ ବାଜିଥିଲା। ଗାଁ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗୁଳିକାଣ୍ଡ ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ବଡ଼କନ୍ତକୁଳ ଗାଁରେ ଫୁଟିଲା ଗୁଳି,ଜଣେ ଗୁରୁତର
- Post published:July 1, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
