ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଟେଲର ଜଣେ ଯୁବକ ବାସଭବନକୁ ଖାଦ୍ଯ ଦେବାକୁ ଆସି ଡାକ୍ତରଣୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରାଣୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଡାକ୍ତରାଣୀଙ୍କ ଅଭିଯୋଗ ମୁତାବକ ଛେଣ୍ଡିପଦା ଥାନା ପୁଲିସ ଘଟଣା ତଦନ୍ତ ଆରମ୍ଭ କରିବା ସହିତ ଥାନା କେସ ନଂ ୩୦୮ରେ ମାମଲା ରୁଜୁ କରିଛି ।ଡାକ୍ତରାଣୀଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତରୀ ମଇନା ପାଇଁ ପଠାଇ ଥିବାବେଳେ ହୋଟେଲର ଯୁବକଙ୍କୁ ଥାନାରେ ଅଟକ ରଖିଛି। ଘଟଣା ନେଇ ଛେଣ୍ଡିପଦା ଥାନା ଅଧିକାରୀ ଓ. ପି. ଏସ୍ .ସୁଶାନ୍ତ ସିଂହ ଘଟଣାର ଛାନଭିନ ଚାଲିଥିବା ସୂଚନା ଦେଇଛନ୍ତି।
ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ
- Post published:June 30, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
