ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସିଆଇଏସ୍ଏଫ୍ କନେଷ୍ଟବଲଙ୍କୁ ଫେସ୍ବୁକ୍ରୁ ଆଇଫୋନ୍ ମୋବାଇଲ କିଣିବା ମହଙ୍ଗା ପଡ଼ିଲା। ୯୯ ହଜାର ୪୯୪ ଠକିକି ନେଇଗଲେ ଠକ। ସୂଚନା ମୁତାବକ, ନାଲକୋର ସିଆଇଏସ୍ଏଫ୍ କନେଷ୍ଟବଲ କେ ଉତ୍ତମ କୁମାର(୨୨) ଗୁରୁବାର ଫେସ୍ବୁକ୍ରେ ଏକ ଆଇଫୋନ୍୧୨ ପ୍ରୋ ମୋବାଇଲ ଫୋନ୍ ବିକ୍ରୀ ହେଉଥିବା ନେଇ ହୋଇଥିବା ଏକ ପୋଷ୍ଟରେ କ୍ଲିକ୍ କରିଲେ। ସେଥିରେ ଥିବା ସାହିଲ କୁମାରଙ୍କ ମୋବାଇଲ ଫୋନ୍କୁ କଲ୍ କରିଲେ। ନିଜକୁ ଜଣେ ଆର୍ମି ଜୱାନର ପରିଚୟ ଦେଇ କଥା ଆରମ୍ଭ କରିଥିଲେ ଠକ। ୬୦ ହଜାର ଟଙ୍କାରେ ମୋବାଇଲ କିଣିବାକୁ ସ୍ଥିର ହେଲା। ରାତିରେ ସାହିଲଙ୍କ ଫୋନ୍ରୁ କଲ୍ ଆସିଲା ଉତ୍ତମ କୁମାରଙ୍କ ନିକଟକୁ। କଣିବାକୁ ଚାହୁଁଛ ଯଦି ତେବେ ୨୫୦ ଟଙ୍କା ଜମା କରିବାକୁ ପଡ଼ିବ। ଏହାକହି ସାହିଲ ତାଙ୍କୁ ତାଙ୍କ ହ୍ବାଟସଆପ୍ରେ ଏକ ଏକାଉଣ୍ଟ ନମ୍ବର ପଠାଇଥିଲେ। ସେହି ଏକାଉଣ୍ଟରେ ଉତ୍ତମ କୁମାର ୨୫୦ ଟଙ୍କା ପଠାଇଥିଲେ। ଏହାପରେ ଉତ୍ତମ କୁମାର ତାଙ୍କର ଠିକଣା ପଠାଇଥିଲେ। ଏହାପରେ ପୋଷ୍ଟାଲ ଖର୍ଚ୍ଚ ବାବଦକୁ ୭ହଜାର ୧୫୦ ଟଙ୍କା ପଠାଇଲେ ଅନ୍ୟ ଏକ ଏକାଉଣ୍ଟରେ। ଏହାପରେ ଠକ ବିଭିନ୍ନ ଭାବରେ ଠକଇେକରି ୯୯ ହଜାର ୪୯୬ ଟଙ୍କା ଠକି ନେଇଗଲେ। ଏ ନେଇ ଉତ୍ତମ କୁମାର ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଫେସ୍ବୁକ୍ରୁ ମୋବାଇଲ କିଣିବା ମହଙ୍ଗା ପଡ଼ିଲା
- Post published:July 4, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray