ବଇଣ୍ଡା: ସ୍ଥାନୀୟ ହଣ୍ଡପା ଥାନା ନାକିଚି – ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ଡ଼ଙ୍ଗୀଆଣି ନିକଟରେ ଶୁକ୍ରବାର ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ କାର ଚାଳକ ହେଲେ ରେଢ଼ାଖୋଲ ଥାନା ଲାଣ୍ଡିମାଳ ଗ୍ରାମର ରାଜେଶ୍ୱର ମିର୍ଧା।
ସୂଚନା ମୁତାବକ, ରାଜେଶ୍ୱର ରେଢ଼ାଖୋଲରୁ ଏକ କାର ନମ୍ବର (ଓଡି ୦୨ ବିଏଚ ୨୧୯୧)ଯୋଗେ ତାଙ୍କ ଶ୍ୱଶୁର ଘର କଣ୍ଡାଳ ଗ୍ରାମକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ କାର ସହ ରାସ୍ତା କଡ଼ରେ ଥିବା ଏକ ଖାଲକୁ ଓଲଟି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ତାଙ୍କ କାରକୁ ଜବତ କରି ୧୩୭/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।











