ଅନୁଗୁଳ:ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ନିକଟ ମାଧିଆମୁଣ୍ଡା ଛକ ନିକଟ ରାସ୍ତା କଡ଼କୁ ଏକ କାର ଖସି ପଡ଼ିବାରୁ ବାପ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ ଉଭୟଙ୍କୁ କାର୍ ମଧ୍ୟରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଅନୁଗୁଳ ଡାକ୍ତରଖାନା ପଠାଇଥିଲା। ଉଭୟ ସୁସ୍ଥ ଥିବା ଜଣାପଡିଛି । ଉଭୟଙ୍କ ପରିଚୟ ଜଣାପଡିନାହିଁ । ମହିଧରପୁର ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ସଂପୃକ୍ତ ବ୍ୟକ୍ତିଙ୍କ ଘର ତାଳଚେର ଥର୍ମାଲରେ । ଉଭୟ ଭୁବନେଶ୍ଵର ଆପୋଲୋ ହସ୍ପିଟାଲରେ ଚିକିତ୍ସା ହେବାକୁ ଯାଇଥିଲେ।ସୋମବାର ରାତିରେ ଘରକୁ ଫେରୁଥିବା ବେଳେ ପ୍ରାୟ ୧୧ଟା ବେଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ରାସ୍ତା କଡ଼କୁ ଖସିଲା କାର, ଅଳ୍ପକେ ବର୍ତିଲେ ବାପ, ପୁଅ
- Post published:June 9, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
