CADLAB

କରୋନା ରେଡ୍ ଜୋନରେ ଓଡ଼ିଶାର ୧୧ ଜିଲ୍ଲା

0

ଅନୁଗୁଳ: କରୋନା ସେକେଣ୍ଡ ଓ୍ୱେଭ୍ ମୁକାବିଲାରେ ଓଡ଼ିଶାକୁ ମିଳୁଛି ସଫଳତା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଖସୁଛି । ସଂକ୍ରମଣ ଖସୁଥିବାରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନରୁ ବାହାରୁଛନ୍ତି । ବର୍ତ୍ତମାନ ୧୧ଟି ଜିଲ୍ଲା କରୋନା ରେଡ୍ ଜୋନରେ ରହିଛି । ପଶ୍ଚିମ ଓଡ଼ିଶାରେ ସୁନ୍ଦରଗଡ଼କୁ ଛାଡ଼ି ବାକି ସମସ୍ତ ଜିଲ୍ଲା ଗ୍ରୀନ୍ ଓ ୟେଲୋ ଜୋନକୁ ଯାଇଛନ୍ତି । ରେଡ୍ ଜୋନରେ ଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ସୁନ୍ଦରଗଡ଼ । ଏହି ୧୧ ଜିଲ୍ଲାରେ କେବଳ ୪୭ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ଆକ୍ଟିଭ୍ କେସର ୬୪ ପ୍ରତିଶତ । ବର୍ତ୍ତମାନ ରାଜ୍ୟରେ ମୋଟ୍ ୭୪ହଜାର ୧୭୨ଟି କରୋନା ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.