ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରେ ଗାଈଙ୍କଠାରେ ଏବେ ଫାଟୁଆ ରୋଗ ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ବଇଣ୍ଡା ଅଞ୍ଚଳରେ ନିରାକରଣ ଆରମ୍ଭ କରାଯାଇଛି। ପଶୁ ସମ୍ପଦ ବିଭାଗ ଓ କିଛି ସାମାଜିକ କର୍ମୀଙ୍କ ଦ୍ଵାରା ସାପ୍ତାହିକ ହାଟ ପଡିଆ ନିକଟରେ ଫାଟୁଆ ଟୀକାକରଣ ବ୍ୟବସ୍ଥା କରାଯାଉଛି। ବଇଣ୍ଡା ପ୍ରାଣୀଧନ ଅଧିକାରୀ ଗୌରୀ ପ୍ରଧାନ, ସହଯୋଗୀ ଲଳିତ ପ୍ରଧାନ ସାପ ଉଦ୍ଧାରକାରୀ ସିଦ୍ଧେଶ୍ୱର ରଥ, ଫ୍ରେଣ୍ଡସ୍ କ୍ଳବ୍ ର ସଭାପତି ଚିକୁନ୍ ମହାନ୍ତି ପଶୁ ପ୍ରେମୀ ମିଥୁନ ଦାସ, ଅରବିନ୍ଦ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ, ଅମର ପ୍ରଧାନ, ଅଜିତ୍ ଦେହୁରୀ, ବିଶ୍ଵନାଥ ସାହୁ, ପିକନ୍ ସାହୁ ପ୍ରମୁଖଙ୍କ ସହଯୋଗରେ ୨୦ ଗାଈକୁ ଟୀକା ଦିଆଯାଇଥିଲା।
ଗାଈଙ୍କୁ ବ୍ୟାପୁଛି ଫାଟୁଆ ରୋଗ:୨୦ ଗାଈଙ୍କୁ ଦିଆଗଲା ଟୀକା
- Post published:December 15, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau


