ରିଟେଲର ଚାଉଳ ହେରଫେର କରିବା ମାମଲା: ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଲେ ହିତାଧିକାରୀ

You are currently viewing ରିଟେଲର ଚାଉଳ ହେରଫେର କରିବା ମାମଲା: ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଲେ ହିତାଧିକାରୀ

ତାଳଚେର: ତାଳଚେର ବ୍ଲକ୍ ବ୍ରଜନାଥପୁର ପଞ୍ଚାୟତରେ ଚାଉଳ ଓ ଗହମ ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଛି। ପଞ୍ଚାୟତରେ ୨୭ ଟନ୍ ଚାଉଳ ଓ ଗହମ ହେରଫେର ହୋଇଥିବା ଅଭିଯୋଗ କରି ହିତାଧିକାରୀମାନେ ପଞ୍ଚାୟତ ଅଫିସ୍ ଘେରାଉ କରିଛନ୍ତି। ରିଟେଲର ପଦ୍ମନାଭ ଭୂତିଆ କରିଥିବା ହେରଫେର ମାମଲା ଆଜି ଉଗ୍ରରୂପ ନେଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱରେ ଓଡ଼ିଶା ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ହେରଫେର ହେଇଥିବା ଜଣା ପଡ଼ିଥିଲା। ଡିସେମ୍ବର ୨୦୨୨, ଜାନୁଆରୀ ଓ ଫେବୃଆରୀ ୨୦୨୩ରେ ବିଭିନ୍ନ କିସମର ଚାଉଳ ଓ ଗହମ ୨୭୪ କ୍ୱିଣ୍ଟାଲ ନିଗମରୁ ଉଠାଇ ଆଣି ନ ବାଣ୍ଟି ତାହା ସଂପୃକ୍ତ ରିଟେଲର ହେରଫେର କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପଞ୍ଚାୟତବାସୀ ଉପଜିଲ୍ଲାପାଳଙ୍କୁ ଗତ ୩ ତାରିଖରେ ଅବଗତ କରାଇଥିଲେ। ୫ଦିନ ମଧ୍ୟରେ ଏହାର ଉତ୍ତର ସଂପୃକ୍ତ ରିଟେଲର ଦେବାକୁ ପତ୍ରରେ ନିର୍ଦ୍ଦେଶ ଥିଲା। କିନ୍ତୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି କି ଏଯାବତ୍ ହିତାଧିକାରୀ ତାଙ୍କ ରାସନ୍ ପାଇନାହାନ୍ତି। ଏଣୁ ସେମାନେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଅପରପକ୍ଷରେ ଘଟଣାର ତଦନ୍ତ ଚାଲିଛି ଏବଂ ହିତାଧିକାରୀ ତାଙ୍କ ରାସନ୍ ନିଶ୍ଚୟ ପାଇବେ ବୋଲି ସରପଞ୍ଚ ନରେଶ ଚନ୍ଦ୍ର ବେହେରା ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply