ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାହାଳ ସାହି ପଞ୍ଚାୟତର ଯାତ୍ରା ପଡିଆଠାରେ ଛେଣ୍ଡିପଦା ବ୍ଲକକୁ ମରୁଡି ଘୋଷଣା ଦାବୀ ନେଇ କୃଷକ ଆନ୍ଦୋଳନ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସନ୍ତୋଷ କୁମାର ନାଏକଙ୍କ ନେତୃତ୍ୱରେ ଆୟୋଜିତ କୃଷକ ଆନ୍ଦୋଳନରେ ବାହାଳ ସାହି ପଞ୍ଚାୟତର ଗୋଳାଗାଡିଆ, ଗୋହିରାପଶି , ଲଙ୍ଗୁଳିଜଙ୍ଗଲ, ଛୋଟ ତେନ୍ତୁଳି ଗ୍ରାମର ବହୁ ମହିଳା ଓ ପୁରୁଷ ଯୋଗଦେଇ ଚଳିତ ବର୍ଷ ମରୁଡିକୁ ନେଇ କ୍ଷୋଭ ପ୍ରକାଶ କରିଥଲେ । ପଞ୍ଚାୟତରେ ଜଳସେଚନ ସୁବିଧା କରିବା, ବୃଦ୍ଧ ବୃଦ୍ଧାଙ୍କୁ ତୁରନ୍ତ ଭତ୍ତା ଯୋଗାଇବା,ଛେଣ୍ଡିପଦା ବ୍ଲକକୁ ମରୁଡି ଘୋଷଣା କରିବା ସହିତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ନିମନ୍ତେ ଜିଲ୍ଲା ପାଳଙ୍କ ନିକଟରେ ଦାବି କରିବେ ବୋଲି ଶ୍ରୀ ନାଏକ ପ୍ରକାଶ କରିଛନ୍ତି। ବୈଠକକୁ ଧୀରେନ୍ଦ୍ର ମହାପାତ୍ର ପରିଚାଳନା କରିଥିବାବେଳେ ସୁଶାନ୍ତ ସିଙ୍ଗ ସାମନ୍ତ, ଶରତ ନାଏକ, ଗୋବିନ୍ଦ ନାଏକ, ମିଲୁ ସାହୁ, ତପନ ଧର, ଟୁକୁନା ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ପରିଶେଷରେ ଜ୍ଞାନରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଛେଣ୍ଡିପଦା ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବୀ
- Post published:September 28, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
