ଏମିତି ଦୁଃଖ କାହାକୁ ନ ମିଳୁ! ମା’ ପାଖକୁ ଦୌଡ଼ି ଯିବା ବେଳେ କୂଅରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଟାଙ୍ଗିର ସାହିରେ କୂଅରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଦୁର୍ଗାପୁର ଟାଙ୍ଗିର ସାହିର ଶତୃଘ୍ନ ପରିଡାଙ୍କ ପାଞ୍ଚ ବର୍ଷ ଶିଶୁ ପୁଅ ସୌମ୍ୟ ପରିଡା।
ସୂଚନା ମୁତାବକ, ସୌମ୍ୟ ଘର ଠାରୁ ୧୦୦ ମିଟର ଦୂରରେ କୂଅ ନିକଟ ଦେଇ ମା’ ପାଖକୁ ଯାଉଥିବା ବେଳେ କୂଅରେ ଗଳିପଡ଼ିଥିଲା। ପରିବାର ଲୋକ ତୁରନ୍ତ ତାକୁ କୂଅ ଭିତରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ଯର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ ଶିଶୁଙ୍କ ପରିବାର ପକ୍ଷରୁ ଜରପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.

error: Content is protected !!