ଏଥର ରଜରେ ମେଘୁଆ ପାଗ

You are currently viewing ଏଥର ରଜରେ ମେଘୁଆ ପାଗ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ତାପମାତ୍ରା ବଢ଼ିବ। ତାପମାତ୍ରା ବୃଦ୍ଧି ଯୋଗୁଁ ଗରମ ଗୁଳୁଗୁଳି ବୃଦ୍ଧି ପାଇବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରା ତାତିର ପ୍ରଭାବ ଅଧିକ ରହିବାକୁ ଥିବା ବେଳେ ଉପକୂଳରେ ଗୁଳୁଗୁଳି କଲବଲ କରିବ। ପ୍ରାୟ ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ଅନ୍ୟପଟେ ସକାଳୁ ଅପରାହ୍ଣ ୩ ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବାକୁ ଥିବା ବେଳେ ୩ଟା ପରେ କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାରଠାରୁ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବୃଦ୍ଧି ପାଇବ। ତେଣୁ ରାଜ୍ୟରେ ତାତି ଓ ଗୁଳୁଗୁଳି ବୃଦ୍ଧି ପାଇବ। ମୌସୁମୀ ଏବେ ବିରତି ନେଇଛି। ଫଳରେ ବର୍ଷାରେ ରୋକ୍‌ ଲାଗିଛି। ବଙ୍ଗୋପସାଗରରେ କୌଣସି ଲଘୁଚାପ ବା ଘୂର୍ଣ୍ଣିବଳୟ ନ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ତେଣୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗରମ ଗୁଳୁଗୁଳିରୁ ମୁକ୍ତି ମିଳିବାର ସମ୍ଭାବନା କମ୍‌ ରହିଛି। ମାତ୍ର ୧୦ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଏହା ରାଜ୍ୟରେ ବର୍ଷା କରାଇବା ନେଇ ସମ୍ଭାବନା ରହିଛି। ଏହି ସ୍ଥିତି ଉପୁଜିଲେ ରଜରେ ରାଜ୍ୟରେ ବର୍ଷା ସାଙ୍ଗକୁ ପାଗ ମେଘୁଆ ରହିବା ନେଇ ଅନୁମାନ କରାଯାଇଛି।

Share

Leave a Reply