ଅନୁଗୋଳ: ତାଳଚେର ହାଣ୍ଡିଧୁଆ ଭୂତଳ ଖଣି ପରିସରରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ଆନୁକୂଲ୍ୟରେ ପ୍ରତିଷ୍ଠିତ “COALNEER” ପ୍ୟାକେଜ୍ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପକୁ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏବଂ କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି।
ଉଦ୍ଘାଟନୀ ଉତ୍ସବରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଏମସିଏଲ ର ଡାଇରେକ୍ଟର ଟେକ୍ନିକାଲ ସଞ୍ଜୟ କୁମାର ଝା ଏବଂ ଏମସିଏଲ ର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଅଞ୍ଚଳବାସୀଙ୍କୁ ବିଶୁଦ୍ଧ, ସୁରକ୍ଷିତ ଓ ଗୁଣାତ୍ମକ ପାନୀୟ ଜଳ ଯୋଗାଇଦେବା ଦିଗରେ ଏମସିଏଲ ର ଏହି ‘COALNEER’ ପ୍ରକଳ୍ପ ଏକ ପ୍ରଶଂସନୀୟ ପଦକ୍ଷେପ। ଏହା ଦ୍ୱାରା ସ୍ଥାନୀୟ ଜନସାଧାରଣ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।











