ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ପାଳଲହଡା ଗ୍ରସ୍ତ କରି ଉପଖଣ୍ଡ ଓ ତହସିଲର ବାର୍ଷିକ ତଦାରଖ କରିଥିଲେ। ଗସ୍ତ ସମୟରେ ସେ କେତେକ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବୁଲି ଦେଖିଥିଲେ।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାପାଳ ପାଳଲହଡ଼ା ସବ୍ ଡିଭିଜନରେ ବାର୍ଷିକ ଗସ୍ତ କରି ତହସିଲ ଏବଂ ଆଇସିଡିଏସ୍ ଯାଞ୍ଚ କରିଥିଲେ। ସମନ୍ୱିତ ବିକାଶ ଦିଗରେ ସରକାରୀ ଯୋଜନାଗୁଡିକ କିପରି କାର୍ଯ୍ୟକାରୀ ହେଉଛି ଓ ତୃଣମୂଳ ସ୍ତରରେ ଯୋଜନାର ସଫଳ ରୂପାୟନ ହେବା ନେଇ କାର୍ଯ୍ୟ ସମୀକ୍ଷା କରିଥିଲେ।
ଗସ୍ତ ସାରି ଫେରିବା ବେଳେ ସେ ଗୋଡିବନ୍ଧ ଠାରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ ପାର୍କ ପାଇଁ ସ୍ଥାନ ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ପାଳଲହଡା ଉପଖଣ୍ଡ ଓ ତହସିଲ ଅଧିକାରୀ ଉପସ୍ଥିତ ଥିଲେ।
ପାଳଲହଡ଼ା ଗସ୍ତ କରି ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ
