ହରିହରପୁର ପଞ୍ଚାୟତରେ କମ୍ୟୁନିଟି କେନ୍ଦ୍ର ଉଦଘାଟିତ, ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଛି ଏନଟିପିସି

You are currently viewing ହରିହରପୁର ପଞ୍ଚାୟତରେ କମ୍ୟୁନିଟି କେନ୍ଦ୍ର ଉଦଘାଟିତ, ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଛି ଏନଟିପିସି

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଞ୍ଚାୟତରେ ଏକ କମ୍ୟୁନିଟି ହଲ ଆଜି ଉଦଘାଟିତ ହୋଇଛି। ଏନଟିପିସିର ସାମାଜିକ ଦାୟିତ୍ୱବୋଧ ଯୋଜନା ମାଧ୍ୟମରେ ୪୦ଲକ୍ଷ ଟଙ୍କା ବ୍ୟୟରେ ଏହି ହଲ ନିର୍ମାଣ ହୋଇଛି।

ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଏନଟିପିସି କଣିହାଁ ପ୍ରୋଜେକ୍ଟର ହେଡ଼ ଅଶୋକ କୁମାର ସେହେଗଲ କମ୍ୟୁନିଟିର ଲୋକାର୍ପଣରେ ଉପସ୍ଥିତ ଥିଲେ।
ଏହି କମ୍ୟୁନିଟି ହଲ ଦ୍ୱାରା ଜନସାଧାରଣଙ୍କ ବିବାହ, ବ୍ରତୋପନୟନ, ଜନ୍ମଦିନ, ପର୍ବପର୍ବାଣୀ ଭଳି ଅନେକ କାର୍ଯ୍ୟକ୍ରମ କରି ହେବ। ଏହା ଦ୍ୱାରା ସ୍ଥାନୀୟ ଲୋକ ଉପକୃତ ହେବେ ବୋଲି ଅତିଥିମାନେ ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏଚ ଆର ହେଡ୍ ନଭଜିତ କୁମାର, ଏଏଚଡି ଏଜିଏମ୍ ସୁରେଶ ଚନ୍ଦ୍ର ବେହେରା, ଏଚଆର ଏଜିଏମ ସୁଜାତା ରଥ ଦୀପ୍ତିମୟୀ ପ୍ରଧାନ, ହରିହରପୁର ସରପଞ୍ଚ ଓ ଏନଟିପିସି କଣିହାଁର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଗ୍ରାମର ଯୁବକ ଯୁବତୀ ମାନେ ଉପସ୍ଥିତ ଥିଲେ I

Share

Leave a Reply