ତାଳଚେର ପ୍ରଜାମଣ୍ଡଳ ସ୍ମାରକୀ ଟ୍ରଷ୍ଟ୍ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

You are currently viewing ତାଳଚେର ପ୍ରଜାମଣ୍ଡଳ ସ୍ମାରକୀ ଟ୍ରଷ୍ଟ୍ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଅନୁଗୁଳୁ: ପବିତ୍ର ମୋହନ ହାଇସ୍କୁଲ ପରିସରରେ ତାଳଚେର ପ୍ରଜାମଣ୍ଡଳ ସ୍ମାରକୀ ଟ୍ରଷ୍ଟ କଣିହାଁ ପକ୍ଷରୁ ରବିବାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ର ବିଭିନ୍ନ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓ ଏଥିରେ ସାମିଲ୍ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ, ପ୍ରବନ୍ଧ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଭୟ ଜୁନିଅର୍ ଓ ସିନିଅର୍ ବର୍ଗରେ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଅଯାଇଛି।ଟ୍ରଷ୍ଟ ସଭାପତି ନୃସିଂହ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ୍ ସମ୍ପାଦକ ନିର୍ମଳ ସାହୁ, ଶିକ୍ଷକ ବିନୟ ପ୍ରଧାନ, ରୋହିତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମ୍ପାଦକ ଉକାଳୁ ସାହୁ ଓ ତ୍ରିପୁରାରି ପ୍ରଧାନ, କ୍ଷୀରସିନ୍ଧୁ ସେଠୀ, ନୀଳକଣ୍ଠ ବେହେରା, ଟୁନା ସାହୁ, ଅରବିନ୍ଦ ପ୍ରଧାନ, କାଳନ୍ଦୀ ସାହୁ, କଣ୍ଠ ଭୂତିଆ, ସୁଶାନ୍ତ କୁମାର ସାମଲ ପ୍ରମୁଖ ଟ୍ରଷ୍ଟ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply