ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର କେନାଲ ରାସ୍ତାରେ ବୁଧବାର ସକାଳେ ୪ ଜଣ ଯୁବକ ମୋବାଇଲ ଲୁଟ୍ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ନାଲକୋ ତେନ୍ତଳା ହାର୍ଟିଂର ବାରିଆଲ ମୂର୍ମୁ ବାଇକରେ ଅନୁଗୁଳରୁ ଘରକୁ ଫେରୁଥିବା ସମୟରେ କାଣ୍ଡସର କେନାଲ ରାସ୍ତାରେ ପଛରୁ ଏକ ବାଇକରେ ୪ ଜଣ ଯୁବକ ମୁହଁରେ ମାସ୍କ ପିନ୍ଧି ତାଙ୍କୁ ପଛରୁ ଧକ୍କା ଦେଇଥିଲେ। ଫଳରେ ବାରିଆଲ ତଳେ ପଡ଼ିଯାଇଥିଲେ। ଏହାପରେ ଯୁବକମାନେ ତାଙ୍କଠାରୁ ବ୍ୟାଗ୍ ଲୁଟକରି ନେଇ ପଳାଇଥିଲେ। ବ୍ୟାଗରେ ତାଙ୍କର ଏକ ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ କାଗଜପତ୍ର ଥିଲା। ଏ ନେଇ ବାରିଆଲ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।