ଅନୁଗୋଳ: ଅନୁଗୁଳ ନତଡ଼ା ଗ୍ରାମ ପଞ୍ଚାୟତ କଂଗ୍ରେସ ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନ, ରାଜ୍ୟ ଉପସଭାପତି ସସ୍ମିତା ବେହେରା, ରାଜ୍ୟ ସମ୍ପାଦକ ସୁଦୀପ ମିଶ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଶ୍ୱ ରଞ୍ଜନ ପାଣିଗ୍ରାହୀ, ଅନୁଗୋଳ ନଗର ସଭାପତି ରଶ୍ମିରଞ୍ଜନ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ସବିତା ଧୀର, ଛେଣ୍ଡିପଦା ବ୍ଲକ ସଭାପତି ଅଜୟ ବେହେରା, ବଅଁରପାଳ ବ୍ଲକ ସଭାପତି ବିନୋଦ ମାଝୀ, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଚିତ୍ତରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ସଭାକୁ ମୋହିତ ମୋହନ ବିଶ୍ୱାଳ ପରିଚାଳନା କରିଥିଲେ।
ନତଡ଼ାରେ କଂଗ୍ରେସର ସାଂଗଠନିକ ବୈଠକ
- Post published:September 6, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul





