ମକର ସଂକ୍ରାନ୍ତିରେ ଶୈଳଶ୍ରୀକ୍ଷେତ୍ର ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

You are currently viewing ମକର ସଂକ୍ରାନ୍ତିରେ ଶୈଳଶ୍ରୀକ୍ଷେତ୍ର  ୧୦ ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଅନୁଗୁଳ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା। ବଡି ଭୋରରୁ ଦୁଆର ଫିଟା ପରେ ଶ୍ରୀ ଜୀଉ ମାନଙ୍କର ପାରମ୍ପରିକ ପୂଜା ନୀତି ସରିବାପରେ ଶ୍ରୀ ବିଷ୍ଣୁ ପୂଜନ ଓ ମାଘ ମାହାତ୍ମ୍ୟ ପଠନ କରାଯାଇଥିଲା। ଜନସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ପରମାଣିକ ଦର୍ଶନ ପାଇଁ ୧୦ ଟଙ୍କା ଲେଖାଏଁ ଟିକଟ କାଟି ଭକ୍ତ ମାନେ ବେଢା ବୁଲିବା ସହ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରିଥିଲେ। ପରମାଣିକ ଦର୍ଶନ ପାଇଁ ସମୟ ସକାଳ ସାଢେ ସାତଟାରୁ ସାଢେ ଏଗାର ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ହଜାର ହଜାର ଭକ୍ତ ଦିଅଁ ଦର୍ଶନ କରିବା ସହ ପ୍ରଭୁ କୃପା ଲାଭ କରିଥିଲେ। ମକର ସଂକ୍ରାନ୍ତି ପାଇଁ ପାଖ ବୁଢ଼ୀ ଠାକୁରାଣୀ ମନ୍ଦିର, ଗାୟତ୍ରୀ, ଶିବ, ଶନି ମନ୍ଦିରରେ ମଧ୍ୟ ବିଶେଷ ଭିଡ ଦେଖିବାକୁ ମିଳିଥିଲା।

Share

Leave a Reply