ଅନୁଗୁଳ: ଏବେ ମୁଢି କିଣିଲେ ବି ଦେବାକୁ ହେବ ଜିଏସଟି। ଏ ନେଇ ଜିଏସଟି ବୈଠକରେ ନିଷ୍ପତ୍ତି ହୋଇଛି। ଅଣବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ଏଣିକି ୫% ଜିଏସଟି ଲାଗିବ। ମୁଢି, ଚୁଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ।
ରାଜ୍ୟରେ ମୁଢି ଏକ ଲୋକପ୍ରିୟ ଖାଦ୍ୟ। ମୟୂରଭଞ୍ଜ, ବାଲେଶ୍ୱର ଭଦ୍ରକ ସହ ଉପକୂଳବର୍ତ୍ତୀ ଜିଲ୍ଲାରେ ମୁଢିକୁ ପ୍ରମୁଖ ଖାଦ୍ୟ ଭାବେ ଖିଆଯାଏ। ଅନେକ ଲୋକ ଜଳିଖିଆରେ ବି ମୁଢିକୁ ବ୍ୟବହାର କରିଥାନ୍ତି। ମୟୂରଭଞ୍ଜରେ ମୁଢି ସହ ମାଂସକୁ ବି ପ୍ରିୟ ଖାଦ୍ୟ ଭାବେ ଗ୍ରହଣ କରାଯାଏ।ଅନୁଗୁଳ ଜିଲ୍ଲାରେ ମଧ୍ୟ ମୁଢ଼ିର ଚାହିଦା ରହିଛି। ତେବେ ବର୍ତ୍ତମାନ ମୁଢିର ପ୍ୟାକିଂ ଉପରେ ୫ ପ୍ରତିଶତ ଜିଏସଟି ଲାଗିବାକୁ ନିଷ୍ପତ୍ତି ନିଆଯିବା ପରେ ଦର ବଢିବା ଏକ ପ୍ରକାର ନିଶ୍ଚିତ ହୋଇଛି।











