ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଏକ ହୋଟେଲ୍ ଠାରେ ରବିବାର ଅପରାହ୍ନରେ ଜିଲ୍ଲା ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ନଗରପାଳ ପ୍ରାର୍ଥୀ
ଦିଲୀପ ପ୍ରଧାନ, ଯୁବନେତା ସୋମନାଥ ସାହୁ, ସୁନିଲ କୁମାର ସାହୁ, ଆଇନଜୀବୀ ଦିଲୀପ ଦାସ ପ୍ରମୁଖ ଯୋଗ ଦେଇ ପୂର୍ବ ପୌର ପରିଷଦ ଶହେରୁ ଶହେ ବିଫଳ ହୋଇଚି ବୋଲି ପ୍ରକାଶ କରିଥିଲେ। ବିଜେପି ଅନୁଗୁଳ ପୌର ଆସନ ଦଖଲ କଲେ ମାତ୍ରାଧୀକ ହୋଲ୍ଡିଂ ଟାକ୍ସ୍ ଓ ଲାଇସେନ୍ସ ଫି’ ର ପୁନଃବିଚାର କରିବ, ବସ୍ତି ବାସୀଙ୍କ ଉନ୍ନତି, ଭେଣ୍ଡିଙ୍ଗ ଜୋନ୍ କରାଯାଇ ବେକାର ଯୁବକଙ୍କୁ ଥଇଥାନ, ଡିଏମଏଫ୍ ଫଣ୍ଡରୁ ଏକ ଉନ୍ନତ ମାର୍କେଟ ନିର୍ମାଣ, ପାର୍କିଂ ବ୍ୟବସ୍ଥାକୁ ଉନ୍ନତ କରାଯିବ କାଞ୍ଜିଆହୁଦା ନିର୍ମାଣ କରାଯାଇ ବୁଲା ଗାଈଗୋରୁଙ୍କୁ ନିୟନ୍ତ୍ରଣ କରାଯିବ।ଫୋନ୍
କଲ୍ ରେ ଅଳିଆ ଉଠା ଗାଡ଼ି ଏବଂ ଶେଷପୂଲ୍ ଗାଡ଼ି ଘରେ ପହଞ୍ଚିବ। ଏକ ସ୍ୱଚ୍ଛ ଅନୁଗୁଳ ଗଠନ ପାଇଁ କାର୍ଯ୍ୟାଳୟରେ ଦୁର୍ନୀତି ଓ ପିସି କାରବାରକୁ ରୋକାଜିବ ନଗରପାଳ ପ୍ରାର୍ଥୀ ଦିଲୀପ ପ୍ରଧାନ କିଣାବିକା ଡିଲରେ ବିଜେପି ବିଶ୍ୱାସ କରେନାହିଁ ଏବଂ ଆମେ ଅନୁଗୁଳ ପୌର ବାସୀଙ୍କ ଶ୍ରଦ୍ଧା ଓ ସମର୍ଥନ ପାଇଲେ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ପ୍ରତିଶ୍ରୁତି ଦେଉଛୁ ବୋଲି ପ୍ରକାଶ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୩ ମସିହାରେ ଅନୁଗୁଳ ପୌର ନିର୍ବାଚନ ବେଳେ ନଗରପାଳ ପ୍ରାର୍ଥୀ ଦିଲୀପ ବିଜେଡି-ବିଜେପି ମେଣ୍ଟ ଶାସନ ଓ ସଂଖ୍ୟାଗରିଷ୍ଠତା ଥାଇ କ୍ରସ ଭୋଟିଂ ଯୋଗୁଁ ଖଣ୍ଡେ ଭୋଟରେ ହାରିଯାଇଥିଲେ ।
ବିଜେପିର ପୌର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ
