ଅନୁଗୋଳରେ ସ୍କ୍ରବ୍ ଟାଇଫସକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି

You are currently viewing ଅନୁଗୋଳରେ ସ୍କ୍ରବ୍ ଟାଇଫସକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି

ଅନୁଗୋଳ: ଅନୁଗୋଳରେ ସ୍କ୍ରବ୍ ଟାଇଫସ୍‌ ସଂକ୍ରମଣକୁ ନେଇ ଆତଙ୍କିତ ନହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରାଥମିକ ଭାବେ ରାପିଡ୍ କିଟ୍ ଟେଷ୍ଟ ଆଧାରରେ କିଛି ମାମଲା ଚିହ୍ନଟ ହୋଇଥିଲେ ହେଁ, ପ୍ରଥମ ପର୍ଯ୍ୟାୟରେ ପଜିଟିଭ୍ ଆସିଥିବା ସମସ୍ତ ୯ଟି ନମୁନାର ଏଲିଶା (ELISA) ପରୀକ୍ଷା ଫଳାଫଳ ନେଗେଟିଭ୍ ଆସିଛି। ଅବଶିଷ୍ଟ ନମୁନାଗୁଡ଼ିକର ଚୂଡ଼ାନ୍ତ ନିଶ୍ଚିତକରଣ ପାଇଁ ମଧ୍ୟ ଏଲିଶା ଯାଞ୍ଚ ଜାରି ରହିଛି।

ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ଆବଶ୍ୟକ ଚିକିତ୍ସା ସେବା ସୁନିଶ୍ଚିତ କରୁଛନ୍ତି। ଏହାସହ ସକ୍ରିୟ ସର୍ଭେଲାନ୍ସ, ପ୍ରତିଷେଧକ ଓ ଜନସ୍ୱାସ୍ଥ୍ୟ ସୁରକ୍ଷାମୂଳକ ସମସ୍ତ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯାଇଛି। ସାଧାରଣ ଜନତା ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ନିବେଦନ କରିଛି।

Share

Leave a Reply