୪ ଗାଁର ମୌଳିକ ସମସ୍ୟା ନେଇ ଏମସିଏଲ ଜିଏମଙ୍କ ସହ ବିଧାୟକଙ୍କ ଆଲୋଚନା: ଯଥାଶୀଘ୍ର ସମାଧାନ ପାଇଁ ଦାବି

You are currently viewing ୪ ଗାଁର ମୌଳିକ ସମସ୍ୟା ନେଇ ଏମସିଏଲ ଜିଏମଙ୍କ ସହ ବିଧାୟକଙ୍କ ଆଲୋଚନା: ଯଥାଶୀଘ୍ର ସମାଧାନ ପାଇଁ ଦାବି

ଅନୁଗୋଳ: ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆଜି ତାଳଚେର ବ୍ଲକ୍ ଅନ୍ତର୍ଗତ ପଦ୍ମାବତିପୁର ପଞ୍ଚାୟତର ଯୋରାଗାଡ଼ିଆ, କୃଷ୍ଣଚନ୍ଦ୍ରପୁର, ତିଳେଇପଶି ଏବଂ ଖଜୁରିଆ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଭରତପୁର କ୍ଷେତ୍ରର ମହାପ୍ରବନ୍ଧକ ଜିଏମଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି।

ଏହି ଆଲୋଚନା କାଳରେ ଉକ୍ତ ୪ଟି ଗ୍ରାମର ଗ୍ରାମବାସୀଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବିଧାୟକ ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଉପସ୍ଥାପନ କରି ଏହାର ଯଥାଶୀଘ୍ର ସମାଧାନ ପାଇଁ ଗୁରୁତ୍ୱାରୋପ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଖଣି କାର୍ଯ୍ୟ ଯୋଗୁଁ ଉପୁଜୁଥିବା ପ୍ରଭାବ ଏବଂ ଗ୍ରାମଗୁଡ଼ିକର ମୌଳିକ ଆବଶ୍ୟକତା ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା।

Share

Leave a Reply