ୟୁଥ୍ ହଷ୍ଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ, ନାଲକୋ ୟୁନିଟ୍ ର ନୂତନ କର୍ମକର୍ତ୍ତା ଚୟନ: ଭବାନୀ ସଭାପତି ଏବଂ ଶତ୍ରୁଘ୍ନ ସମ୍ପାଦକ

You are currently viewing ୟୁଥ୍ ହଷ୍ଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ, ନାଲକୋ ୟୁନିଟ୍ ର ନୂତନ କର୍ମକର୍ତ୍ତା ଚୟନ: ଭବାନୀ ସଭାପତି ଏବଂ ଶତ୍ରୁଘ୍ନ ସମ୍ପାଦକ

ଅନୁଗୋଳ: ଅନୁଗୋଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ୟୁଥ୍ ହଷ୍ଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ, ନାଲକୋ ୟୁନିଟ୍, ଅନୁଗୁଳ ଶାଖାର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ଏହି ଅବସରେ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ଶିବରାମ ଦେହୁରୀ, ସହ ନିର୍ବାଚନ ଅଧିକାରୀ ଭାବେ ଦୀନେଶ ମିଶ୍ର ଏବଂ ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ୟୁନିଟର ଚେୟାରମ୍ୟାନ ସୁରଜ କୁମାର ଦାସ ଯୋଗ ଦେଇଥିଲେ।

ଏଥିରେ ନୂତନ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଭବାନୀ ପ୍ରସାଦ ମିଶ୍ର, ଚେୟାରମ୍ୟାନ ଦିଲ୍ଲୀପ କୁମାର ଦାସ, ସମ୍ପାଦକ ଶତ୍ରୁଘ୍ନ ସାହୁ, ଉପସଭାପତି ବ୍ରହ୍ମଜ୍ୟୋତି ମିଶ୍ର, ଧ୍ରୁବ ଚରଣ ଦ୍ୱିବେଦୀ ଓ ଦେବରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରହ୍ଲାଦ ଚନ୍ଦ୍ର ପଟ୍ଟନାୟକ, ସଂଗଠନ ସଚିବ ବିପ୍ଳବ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ନୂତନ କର୍ମକର୍ତ୍ତାମାନେ ଜିଲ୍ଲାରେ ଦୁଃସାହସିକ ଅଭିଯାନ, ପର୍ବତ ଆରୋହଣ, ଟ୍ରେକିଂ, ପ୍ରକୃତି ଅଧ୍ୟୟନ, ସାଇକେଲ ରାଲି, ମୋଟର ସାଇକେଲ ରାଲି ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆଲୋଚନା କରିଥିଲେ। ସଂଗଠନର କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବା ପାଇଁ ଏକ କାର୍ଯ୍ୟକାରୀ ସମିତି ଗଠନ କରାଯାଇଛି।

Share

Leave a Reply