ଅନୁଗୋଳରେ ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’: ଜବତ ଗଞ୍ଜେଇ ଓ ବ୍ରାଉନ୍ ସୁଗାର ନଷ୍ଟ

You are currently viewing ଅନୁଗୋଳରେ ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’: ଜବତ ଗଞ୍ଜେଇ ଓ ବ୍ରାଉନ୍ ସୁଗାର ନଷ୍ଟ

ଅନୁଗୋଳ: ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ ପରିପ୍ରେକ୍ଷୀରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଜିଲ୍ଲାର ସମସ୍ତ ୨୫ଟି ଥାନାରେ ପୋଲିସ କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କ ସହ ପ୍ରାୟ ୧,୩୦୦ ଜଣ ସାମିଲ ହୋଇ ନିଶା ବିରୋଧୀ ଶପଥ ପାଠ କରିଛନ୍ତି।

ଏହି ଅଭିଯାନର ଏକ ମୁଖ୍ୟ ଆକର୍ଷଣ ଥିଲା ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟ କରିବା। ଅନୁଗୁଳ ଜିଲ୍ଲା ଡ୍ରଗ୍ ଡିସପୋଜାଲ କମିଟି (DDC) ପକ୍ଷରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୯୬୬.୨୫ କେଜି ଗଞ୍ଜେଇ ଓ ୨ ଗ୍ରାମ ବ୍ରାଉନ୍ ସୁଗାରକୁ ନଷ୍ଟ କରାଯାଇଛି। ସେହିପରି ସମ୍ବଲପୁର ଡିଡିସି ମଧ୍ୟ ୧୮୯.୫ କେଜି ଗଞ୍ଜେଇ ନଷ୍ଟ କରିଛି।
ଅନୁଗୋଳ ଏସପି ରାହୁଲ ଜୈନ ଜିଲ୍ଲାବାସୀ ବିଶେଷକରି ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରହିବା ସହ ନିଶା କାରବାର ସମ୍ପର୍କରେ ପୋଲିସକୁ ସୂଚନା ଦେବାକୁ ନିବେଦନ କରିଛନ୍ତି। ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଜନସାଧାରଣଙ୍କ ସହଯୋଗ ଅପରିହାର୍ଯ୍ୟ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share

Leave a Reply