ସ୍ୱାୟତ୍ତ ଶାସନ ଦିବସ: ବଦଳୁଛି ଅନୁଗୋଳ ସହରର ଛବି

You are currently viewing ସ୍ୱାୟତ୍ତ ଶାସନ ଦିବସ: ବଦଳୁଛି ଅନୁଗୋଳ ସହରର ଛବି

ଅନୁଗୋଳ: ୧୯୫୫ ରେ ଏନ୍ଏସି ଏବଂ ୨୦୦୮ ମସିହାରେ ପୌରପାଳିକା ହୋଇଥିବା ଅନୁଗୋଳ ସହର ଦୃଶ୍ୟପଟ୍ଟ ଏବେ ବଦଳିବାରେ ଲାଗିଛି।ଡବଲ ଇଞ୍ଜିନ ସରକାର ସମୟରେ ସାଂସଦ ଓ ବିଧାୟକଙ୍କ ନିଷ୍ଠା, ଜିଲ୍ଲାପାଳ ଓ ନଗରପାଳଙ୍କ ଉପଯୁକ୍ତ ସହଯୋଗ ଏବଂ ନିର୍ବାହୀ ଅଧିକାରୀ ଓ ପାରିଷଦବର୍ଗଙ୍କ ସମର୍ଥନରେ ଅନୁଗୋଳ ସହର ରୂପରେଖ ଦ୍ରୁତ ଗତିରେ ବଦଳିବାରେ ଲାଗିଛି।

ଯଦି ଗତ ଦୁଇ ବର୍ଷର ହିସାବ ଦେଖିଲେ ଜଣାଯାଏ ଯେ, ସହରରେ କୋଟି କୋଟି ଟଙ୍କା ଖର୍ଚ୍ଚକରି ଏହାକୁ ସ୍ୱଚ୍ଛ ସମୃଦ୍ଧ ଓ ପ୍ରଦୂଷଣମୁକ୍ତ ଭାବେ ଗଢିତୋଳିବା ପାଇଁ ପ୍ରୟାସ ଚାଲୁରହିଛି। ଆଜି ସନ୍ଧ୍ୟା ସାଢ଼େ ଛ’ଟା ସମୟରେ ସଭାଘରେ ଆୟୋଜିତ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି  ସମାରୋହକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ  ରାହୁଲ ଜୈନ  ନଗରପାଳ ଅକ୍ଷୟକୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ରହି ସମାରୋହକୁ ଉଦ୍ଘାଟନ କରିଥିଲେ। ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଧାୟକ ଶ୍ରୀ ପ୍ରଧାନ ଅନୁଗୋଳ ସହରକୁ ସ୍ୱଚ୍ଛ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ସାମୂହିକ ସହଯୋଗ ଆବଶ୍ୟକ ବୋଲି  କହିଥିଲେ।

ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ବାର୍ଷିକ ବିବରଣୀ ପଠନ ଅବସରରେ ଗତ ଦୁଇ ବର୍ଷରେ ମୋଟ ୭୩ ଟି ପ୍ରକଳ୍ପ ନିମନ୍ତେ ପ୍ରାୟ ୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରକାଶ କରିଥିଲେ।ରାସ୍ତା ଆଲୋକୀକରଣ, ବିଭିନ୍ନ ସ୍ଥାନର ସୌନ୍ଦର୍ଯ୍ୟକରଣ, ମଡେଲ ଭେନଡିଂ ଜୋନ୍ ନିର୍ମାଣ, ରାସ୍ତା ପ୍ରଶସ୍ତିକରଣ ସହ ପେଭର ବ୍ଲକର ପ୍ରୟୋଗ ସାଙ୍ଗକୁ ଉନ୍ନତ ସଫେଇ ବ୍ୟବସ୍ଥା,ପ୍ରଦୂଷଣ ହ୍ରାସ ପାଇଁ କଡ଼ା ନିୟମାବଳୀ ଏବଂ ସ୍ପ୍ରୀଙ୍କଲିଂ ଭେଇକିଲର ବ୍ୟବହାର ଦ୍ୱାରା ସହରର ଛବି ବଦଳୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। 

ସକାଳ ବେଳା ପତାକା ଉତ୍ତୋଳନ,ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସାଙ୍ଗକୁ ଡାକ୍ତରଖାନାରେ ଫଳ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ କରିଥିଲେ ଅତିଥି ମାନେ। ସାନ୍ଧ୍ୟ ସମାରୋହରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସମାରୋହରେ ଟୁଟୁ ଗୋଛାୟତଙ୍କୁ ଶ୍ରେଷ୍ଠ ସଫେଇ କର୍ମଚାରୀ ଏବଂ ଗୋଶାଳାର ପରିଚାଳକ ଲଡୁ କିଶୋର ଅଗ୍ରୱାଲଙ୍କୁ ସମାଜସେବା ନିମନ୍ତେ ପୁରସ୍କୃତ କରାଯାଇଥିଲା। ସ୍ୱରାଣୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

Share

Leave a Reply