୧୦ ଫୁଟିଆ ବିଶାଳ ଅଜଗର ଉଦ୍ଧାର: ସ୍ନେକ୍ ହେଲ୍ପଲାଇନ୍ କର୍ମୀଙ୍କ ସାହସିକତାକୁ ପ୍ରଶଂସା

You are currently viewing ୧୦ ଫୁଟିଆ ବିଶାଳ ଅଜଗର ଉଦ୍ଧାର: ସ୍ନେକ୍ ହେଲ୍ପଲାଇନ୍ କର୍ମୀଙ୍କ ସାହସିକତାକୁ ପ୍ରଶଂସା

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଟାକୁଆ ଗ୍ରାମରୁ ଏକ ବିରାଟ ୧୦ ଫୁଟ ଲମ୍ବର ଅଜଗର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଟୋଲକବେଡା ଗ୍ରାମର ସ୍ନେକ୍ ହେଲ୍ପଲାଇନ୍ କର୍ମୀ ସୌରଭ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅତ୍ୟନ୍ତ ସାବଧାନତାର ସହ ସାପଟିକୁ କାବୁ କରିଥିଲେ।

ସୂଚନା ଅନୁସାରେ, ଟାକୁଆ ଗ୍ରାମର ବିକାଶ ଦେହୁରୀଙ୍କ ତେଜରାତି ଦୋକାନ ବାରଣ୍ଡାରେ ଶନିବାର ସକାଳେ ଏହି ବିଶାଳ ଅଜଗରଟି ଦେଖିବାକୁ ମିଳିଥିଲା। ସାପଟିକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଖବର ପାଇ ସୌରଭ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ପରେ କଣିହାଁ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଏହାକୁ ଏକ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ିଦିଆଯାଇଛି।

ସୂଚନାଯୋଗ୍ୟ ଯେ, ସୌରଭ ଏପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ସାପ ଉଦ୍ଧାର କରି ସାରିଛନ୍ତି। ତାଙ୍କର ଏହି ନିଃସ୍ୱାର୍ଥପର ସେବା ଓ ସାହସିକତା ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ବିଭିନ୍ନ ମହଲରୁ ବେଶ୍ ପ୍ରଶଂସା କରାଯାଇଛି।

Share

Leave a Reply