ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି: ୧୪ରେ ପୂଜା, ୨୬ରେ ଭସାଣି; ଡିଜେ ବାରଣ

You are currently viewing ତାଳଚେରରେ ଗଣେଶ ପୂଜା ପ୍ରସ୍ତୁତି: ୧୪ରେ ପୂଜା, ୨୬ରେ ଭସାଣି; ଡିଜେ ବାରଣ


ଅନୁଗୋଳ: ଆଗାମୀ ପ୍ରସିଦ୍ଧ ତାଳଚେର ଗଣେଶ ପୂଜା ପାଇଁ ଦେଉଳବେଡ଼ା ଡିସିଆଇ ହଲ୍‌ରେ କେନ୍ଦ୍ରୀୟ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତଥା କମିଟି ସଭାପତି ଆଶିଷ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ, ଏସଡିପିଓ ଭରତ ଚନ୍ଦ୍ର ସାହୁ ଏବଂ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ।

ଚଳିତବର୍ଷ ସେପ୍ଟେମ୍ବର ୧୪ ତାରିଖରେ ଗଣେଶ ପୂଜା ଏବଂ ୨୬ ତାରିଖରେ ଇନ୍ଦୁପୂର୍ଣ୍ଣିମା ତିଥିରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଘୋଡ଼ାଶାଳରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ପ୍ରାୟ ୫ କିମି ପରିଧି ମଧ୍ୟରେ ଶତାଧିକ ମଣ୍ଡପରେ ଏହି ପୂଜା ଧୁମଧାମରେ ପାଳନ ହେବ। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଡିଜେ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ୩ ଟନ୍ ୫ଶହ କେଜିର ବିଶ୍ୱବିଖ୍ୟାତ ଲଡୁ ନିର୍ମାଣ, ମେଢ଼ର ଉଚ୍ଚତା ନିୟନ୍ତ୍ରଣ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ପୂଜା ସମୟରେ ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ ଓ ପରିମଳ ବ୍ୟବସ୍ଥା ସହ ସନ୍ଧ୍ୟା ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କୋଇଲା ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Share

Leave a Reply