ପଶ୍ଚିମବଙ୍ଗରୁ ଗିରଫ ହେଲା ସାଇବର ଠକ

You are currently viewing ପଶ୍ଚିମବଙ୍ଗରୁ ଗିରଫ ହେଲା ସାଇବର ଠକ

ଅନୁଗୁଳ: ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ୟୁନିଟ୍‌ର ଜଣେ ହେଡ୍ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ଠାରୁ ଦୁଇ ଲକ୍ଷରୁ ଅଧିକ ଟଙ୍କା ଲୁଟ ଘଟଣାରେ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଗିରଫ ସାଇବର ଲୁଟେରା ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଜିଲ୍ଲା ପାଣ୍ଡବେଶ୍ୱର ଥାନା ଇଲାକା ଦୁଲରବନ୍ଧ ଗ୍ରାମର ମନିର ମିଆ (୨୬) ବୋଲି ପୁଲିସ୍ ପ୍ରକାଶ କରିଛି। ତା ପାଖରୁ ଏକ ମୋବାଇଲ ଫୋନ୍ ପୁଲିସ୍ ଜବତ କରିଛି। ଲୁଟ୍ ଟଙ୍କାରେ ମୋବାଇଲ କିଣା ଯାଇଥିବା ବେଳେ ମନିର୍ ଏହା ବ୍ୟବହାର କରୁଥିଲା। ଘଟଣାର ଅଧିକ ଖୋଳତାଡ ଚାଲିଛି ବୋଲି ପୁଲିସ୍ କହିଛି।
ପ୍ରକାଶ ଯେ, ଫୋନ୍ ପେ ଜରିଆରେ ପତ୍ନୀଙ୍କ ପାଖକୁ ଟଙ୍କା ପଠାଉଥିବା ବେଳେ ସେ ଠକ ହାବୁଡ଼ରେ ପଡ଼ିଥିଲେ । ସାଇବର ଅପରାଧୀ ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୪ ହଜାର ୯୯୦ ଟଙ୍କା ଲୁଟି ନେଇଥିଲେ।ଏନେଇ ଏନ୍‌ଟିପିସି ଥାନାରେ ଲିଖିତ ଅଭିଯୋଗ ହେବା ପରେ ଜାଣିବାକୁ ପାଇଥିଲେ ପୁଲିସ୍ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି। ଗତ ୩୦ ତାରିଖରେ ଏହି ଘଟଣା ନେଇ ପୁଲିସ୍ ମାମଲା ରୁଜ୍ଜୁ କରିଥିଲା। ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ସାଇବର ଠକେଇର ତଦନ୍ତ ଚଳାଇଛି।

Share

Leave a Reply