ଯୁବ ସଂଗଠନ ଡି.ଓ୍ବାଇ.ଓ ର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ: ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ

You are currently viewing ଯୁବ ସଂଗଠନ ଡି.ଓ୍ବାଇ.ଓ ର ୫୯ ତମ ପ୍ରତିଷ୍ଠା ଦିବସ ପାଳିତ: ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ

ଅନୁଗୁଳ: ଭାରତ ବର୍ଷର କ୍ରାନ୍ତିକାରୀ ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡି.ଓ୍ବାଇ.ଓ.ର ୫୯ ତମ ପ୍ରତିଷ୍ଠା ଦିବସ ଆଜି ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଜିଲ୍ଲା କୋଷାଧ୍ୟକ୍ଷ ମଳୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମାନସ ପାଳ ଯୋଗଦେଇ ସଂଗଠନର ପତାକାକୁ
ଉତ୍ତୋଳନ କରିବା ପରେ ବିଭିନ୍ନ ଯୁବ ଆନ୍ଦୋଳନରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସଂଗଠନର ଜିଲ୍ଲା ସଭାପତି ନିରଞ୍ଜନ ନାୟକ ଆଲୋଚନା ମାଧ୍ୟମରେ ପ୍ରତିଷ୍ଠା ଦିବସ ପାଳନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଜିର ଯୁବପିଢ଼ି ସଠିକ୍ ଭାବେ ସଚେତନ ଓ ସଂଗଠିତ ହେବା ସମ୍ପର୍କରେ ଆଲୋକପାତ କରିଥିଲେ। ଅତୀତର କ୍ରାନ୍ତିକ୍ରାରୀମାନଙ୍କ ଜୀବନ ସଂଗ୍ରାମରୁ ଶିକ୍ଷା ଗ୍ରହଣ କରି ସମାଜର ସମସ୍ତ ପ୍ରକାର ଶୋଷଣ, ନିର୍ଯାତନା, ଅତ୍ୟାଚାର, ଅନ୍ୟାୟ ବିରୁଦ୍ଧରେ ଯୁବ ସମାଜ ସ୍ଵର ଉତ୍ତୋଳନ କରିବାକୁ ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ ଆହ୍ବାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଗଠକ ଜ୍ୟୋତ୍ସ୍ନା ସାମଲ, ଭରତ ନାଏକ, ଦୁଃଖବନ୍ଧୁ ବେହେରା, ଲମ୍ବୋଦର ପଣ୍ଡା, ଆଶିଷ ସାହୁ ପ୍ରମୁଖ ସାମିଲ ଥିଲେ।

Share

Leave a Reply