ଟ୍ରକ ରୋକି ଦାଦା ବଟି ଆଦାୟ ଅଭିଯୋଗ, ତିନି ଜଣଙ୍କୁ ବାନ୍ଧିଲା ବଅଁରପାଳ ପୋଲିସ

You are currently viewing ଟ୍ରକ ରୋକି ଦାଦା ବଟି ଆଦାୟ ଅଭିଯୋଗ, ତିନି ଜଣଙ୍କୁ ବାନ୍ଧିଲା ବଅଁରପାଳ ପୋଲିସ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଏଫସିଆଇ ଅଞ୍ଚଳରେ ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଚାନ୍ଦା ଆଦାୟ ଅଭିଯୋଗରେ ବଅଁରପାଳ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ମୁତାବକ, ଅକ୍ଟୋବର ୪ ତାରିଖ ସକାଳେ ଏକ ଟ୍ରକ୍ (UP 63BT 3398)ର ଡ୍ରାଇଭର ଗାଡ଼ିରେ ମାଲ ପରିବହନ ପାଇଁ ଏଫସିଆଇ କାରଖାନାକୁ ଯିବା ବେଳେ ରାସ୍ତାରେ ୧୫ ଜଣ ଯୁବକ ତାଙ୍କୁ ଅଟକାଇ ଦାଦାବଟି ମାଗିଥିଲେ। ସେ ମନା କରିବାରୁ ତାଙ୍କ ତଣ୍ଟିରେ ମାରଣାସ୍ତ୍ର ଲଗାଇ ଗାଡ଼ିରେ ପଶି ୨୦୦୦ ଟଙ୍କା ଛଡ଼ାଇ ନେଇ ପଳାଇଥିଲେ। ଡ୍ରାଇଭର କିଛି ଦୂର ଯିବା ପରେ ଜାଣିଥିଲେ ଉକ୍ତ ଯୁବକମାନେ ପ୍ରାୟ ୭ ରୁ ଅଧିକ ଗାଡ଼ିରୁ ଦାଦାବଟି ଆଦାୟ କରିଛନ୍ତି।

ଏନେଇ ଡ୍ରାଇଭର ଭୁବଲ ଯାଦବ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ପରେ ତିନି ଅଭିଯୁକ୍ତକୁ ଜରପଡ଼ା ଥାନା ଅଞ୍ଚଳରୁ ଗିରଫ କରିଥିଲେ। ତିନି ଅଭିଯୁକ୍ତ ହେଲେ କାଳିଆ ନାଏକ, ପ୍ରଶାନ୍ତ ନାଏକ, ଇଲୁ ନାଏକ। ଅନ୍ୟ ୧୨ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Share

Leave a Reply