ଡ଼କାୟତୀ ଯୋଜନା ପଣ୍ଡ, ୩ ଗିରଫ, ପିସ୍ତଲ, ମୋବାଇଲ, ସ୍କର୍ପିଓ ଓ ବାଇକ ଜବତ

0

ଅନୁଗୁଳ: ଅନୁଗୁଳ ସଦର ପୁଲିସ ରବିବାର ବିଳମ୍ବିତ ରାତିରେ ରନ୍ତଲୋଇ ମା’ ସାତଭଉଣୀ ମନ୍ଦିର ନିକଟରୁ ଡ଼କାୟତୀ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପରତରା ଗାଁର ଗୋପି ଓରଫ ଗୋପିନାଥ ନାଏକ(୩୭), କୁଶାସିଂହା ଗାଁର ତପ ଓରଫ ପୁରୁଷୋତ୍ତମ ଭୁତିଆ(୩୦), ତଳଗଡ଼ ଗାଁର ସୁରେନ୍ଦ୍ର ନାଏକ(୨୩), ଜରାସିଂହା ଗାଁର କାଳିଆ ବେହେରା(୨୯) ଓ ଛେଳିଆପଡ଼ା ଗାଁର ବୁବୁ ଓରଫ ଭବାନୀ ଶଙ୍କର ଭଞ୍ଜ ଏକ ସ୍କର୍ପିଓ, ୨ଟି ବାଇକ୍‌ରେ ଆସି ବିଳମ୍ବିତ ରାତିରେ ମା’ ସାତଭଉଣୀ ମନ୍ଦିର ବେଢ଼ାରେ ବସି ଡ଼କାୟତୀ ଯୋଜନା କରୁଥିଲେ। ରାତି ପେଟ୍ରୋଲିଂ କରୁଥିବା ପୁଲିସ ସେମାନଙ୍କ ମଧ୍ୟରୁ ଗୋପି, ତପ ଓ ସୁରେନ୍ଦ୍ରଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଅନ୍ୟ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଏୟାରଗନ୍‌, ୪ଟି ମୋବାଇଲ ଫୋନ୍‌, ୨ଟି ବାଇକ୍‌ ଜବତକରି ଏକ ମାମଲା ରୁଜୁକରି ୩ ଜଣ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!