ଅନୁଗୁଳ: ଅନୁଗୁଳ ଜିଲ୍ଲା ପIଲଲହଡI ଥାନା ଅନ୍ତର୍ଗତ ଚାଷଗୁରୁଜIଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟ ରେଙ୍ଗାଳି ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଯିବାରୁ ମାଛ ଧରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଠିଆନାଳ ଗ୍ରାମର ଭାଗ୍ୟ ଧୀବର ବୋଲି ଜଣା ପଡିଛି। ସେ ଗତକାଲିଠାରୁ ଜଳଭଣ୍ଡାରକୁ ମାଛ ଧରିବାକୁ ଯାଇ ଘରକୁ ଫେରିନଥିଲେ। ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ବହୁ ଖୋଜାଖୋଜି କରି ନିରାଶ ହୋଇଥିବା ବେଳେ ଆଜି ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖାଯାଇଥିଲା। ପାଳଲହଡା ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍ ମୃତଦେହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି I
ରେଙ୍ଗାଳିରେ ଡଙ୍ଗା ବୁଡି, ଜଣେ ମୃତ
- Post published:December 5, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
