ଛେଣ୍ଡିପଦା: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁ ନିକଟସ୍ଥ ନାଳରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଠାକୁରଗଡ଼ ଥାନା କରଡାବାହାଳି ଗ୍ରାମର ଅମର ସାହୁ।
ଅମର ଗତ ରବିବାର କୁକୁରୁପେଟାର ଜଣେ ବନ୍ଧୁଙ୍କ ଘରକୁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ଅମରଙ୍କ ପତ୍ତା ନ ପାଇ ଠାକୁରଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଆଜି ବାଲିପଟା ଗାଁ ନିକଟ ନାଳରେ ଏକ ମୃତ ଦେହ ପଡ଼ିଥିବାର କିଛି ଗାଁ ଲୋକ ଦେଖିଥିଲେ। ଏହି ଘଟଣା ଚାରିଆଡ଼େ ପ୍ରଘଟ ହେବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଅମରଙ୍କୁ ଚିହ୍ନଟ କରିବା ସହ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।