ଅନୁଗୁଳ: ତାଳଚେର ପ୍ରେସ୍ କ୍ଲବ୍ ପକ୍ଷରୁ ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ସ୍ଵର୍ଗତ ଦ୍ଵାରିକା ମୋହନ ମିଶ୍ରଙ୍କର ଆଜି ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ କହିଛନ୍ତି, ଶ୍ରମିକ ନେତା ସ୍ଵର୍ଗତ ମିଶ୍ର ଜଣେ ବ୍ୟକ୍ତି ନ ଥିଲେ ସେ ଥିଲେ ଏକ ଅନୁଷ୍ଠାନ। ତାଙ୍କର ସାଲିସ୍ ବିହୀନ ସଂଗ୍ରାମ, ସ୍ପଷ୍ଟବାଦିତା, ନିର୍ଭୀକତା ଓ ଶ୍ରମିକଙ୍କ ସ୍ଵାର୍ଥ ହାସଲ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ।
ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଗମ୍ୱର ଗଡ଼ନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ବରିଷ୍ଠ ଆଇନ୍ଜୀବୀ ହରେକୃଷ୍ଣ ପାତ୍ର, ଜିଲ୍ଲା ବିଜେପି ମିଡିଆ ସେଲ୍ ଅଧ୍ୟକ୍ଷ ପର୍ଶୁରାମ ବାରିକ, ପୂର୍ବତନ କାଉନ୍ସିଲର ପ୍ରକାଶ ମହାରଣା ପ୍ରମୁଖ ଯୋଗଦେଇ ସ୍ଵର୍ଗତ ମିଶ୍ରଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରେସ୍ କ୍ଲବ୍ର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସାଧାରଣ ସମ୍ପାଦକ ଡ. ରଶ୍ମିରଞ୍ଜନ ମିଶ୍ର ମଞ୍ଚ ପରିଚାଳନା ଏବଂ ଉପସଭାପତି ଦେବୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।