ଶୈଳ ଶ୍ରୀକ୍ଷେତ୍ରରେ ଦିଅଁ ମାନଙ୍କର ଦିବ୍ୟସ୍ନାନ

You are currently viewing ଶୈଳ ଶ୍ରୀକ୍ଷେତ୍ରରେ ଦିଅଁ ମାନଙ୍କର ଦିବ୍ୟସ୍ନାନ

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦିଅଁ ମାନଙ୍କର ଦିବ୍ୟ ସ୍ନାନମହୋତ୍ସବ ଆୟୋଜିତ ହୋଇଯାଇଛି। ବଡିଭୋର୍ ସମୟରୁ ଶ୍ରୀଜୀଉ ମାନଙ୍କର ପହଡ଼ ଫିଟିବାପରେ ,ସେନାପଟାଲାଗି, ମଙ୍ଗଳାର୍ପଣ ଅନୁଷ୍ଠିତ ହୋଇଥିଲା। ସକାଳ ସାତଟା ସମୟରେ ଶ୍ରୀଜୀଉ ମାନଙ୍କ ପହଣ୍ଡି ଆରମ୍ଭ ହୋଇ ଆଠଟା ବେଳକୁ ସେମାନେ ସ୍ନାନ ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ସେନାପଟା ଓଲାଗି ପରେ ଧୋ ପଖାଳ କରାଯାଇଥିଲା। ଏହାପରେ ପାଖ ଆଖଣ୍ଡଳମଣି ମହାରୁଦ୍ର ମନ୍ଦିର କୁପରୁ ୧୦୮ ଗରା ପାଣିରେ ଦିଅଁ ମାନଙ୍କର ଦିବ୍ୟ ସ୍ନାନ କରା ଯାଇଥିଲା।

ଦିନ ଏଗାରଟା ସମୟରେ ଶ୍ରୀ ଜିଉ ମାନଙ୍କର ହାତୀବେଶ କରାଯାଇଥିଲା।ଏହାପରେ ପହୁଡ଼ ପଡ଼ି ସନ୍ଧ୍ୟାରେ ପୁଣି ପହୁଡ଼ ଫିଟା ଯାଇ ପାରମ୍ପରିକ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ପାଇଁ ସାହାଣ ମେଲା କରାଯାଇଥିଲା। ରାତିରେ ଠାକୁରମାନଙ୍କୁ ପହଣ୍ଡିରେ ଅଣସର ଗୃହକୁ ନିଆଯାଇ ଗୁପ୍ତ ସେବା କରାଯାଇଥିଲା। ଆଜିର ଏହି ସ୍ନାନ ପୂର୍ଣ୍ଣିମାକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ କରାଯାଇଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Share

Leave a Reply