ଦୀନ ଦୟାଲ ଉପାଧ୍ୟାୟ କୌଶଳ ଯୋଜନାର କର୍ମଶାଳା

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କ ପାଇଁ ଦୀନ ଦୟାଲ ଉପାଧ୍ୟାୟ କୌଶଳ ଯୋଜନାରେ ମଲଟି ଷ୍ଟେଜ ହୋଲଡର୍ସ ଦିନିକିଆ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦିନିକିଆ କର୍ମଶାଳାରେ ଓରମାସର ଯୁଗ୍ମ ସଚିବ ତଥା ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ବାଦଲ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଯୁବକ ଯୁବତୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଓ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ ଯୋଗ ଦେବା ନିମନ୍ତେ ଆଗ୍ରହ ପ୍ରକାଶ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ।

କର୍ମଶାଳାରେ ରାଜ୍ୟ ମୁଖ୍ୟ ଶିକ୍ଷା ଟ୍ରଷ୍ଟର ଯୋଗୀନାଥ ଦାସ, ବିଶେଷଜ୍ଞ ଆଠମଲ୍ଲିକ ବନଖଣ୍ଡର ଗିରିଜା ଶଙ୍କର ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଓରମାସର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ ପ୍ରମୁଖ ଯୋଗ ଦେଇ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ପୃଷ୍ଠଭୂମୀ ଓ ଏହାର ସଠିକ୍ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର କାର୍ଯ୍ୟକ୍ରମ ଅଧିକାରୀ ଶୈଳେଶ ଚନ୍ଦ୍ର ନାଥଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.

error: Content is protected !!