ନାଲ୍‌କୋ ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

You are currently viewing ନାଲ୍‌କୋ ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ନାଲ୍‌କୋ ନଗର: ଅନୁଗୁଳ ଜିଲ୍ଲା ନାଲ୍‌କୋ‌ ଟାଉନସିପ୍‌ ଡିଅର ପାର୍କରେ ରହୁଥିବା ୬୦ ହରିଣଙ୍କୁ ସ୍ଥାନାନ୍ତର କରାଯିବ। ଦୀର୍ଘ ଦିନର କସରତ ପରେ ତାରଜାଲି ଘେରା ଏକ ଆବଦ୍ଧ କ୍ଷେତ୍ରରେ ଦୟନୀୟ ଅବସ୍ଥାରେ ରହିଥିବା ହରିଣ ପଲ ମୁକ୍ତ ହେବାକୁ ଯାଉଛନ୍ତି। ଏକ ସ୍ବତନ୍ତ୍ର ଗାଡ଼ିରେ ସେମାନଙ୍କୁ ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବାକୁ ପ୍ରସ୍ତୁତି ଚାଲିଛି। ଆଜି ସେମାନଙ୍କୁ ଗାଡ଼ିରେ ନେଇ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡ଼ିଛି। ସ୍ଥାନାନ୍ତର ପ୍ରକ୍ରିୟା ସଫଳ କରିବାକୁ ଦୁଇ ଦିନ ହେଲା ଢେଙ୍କାନାଳ ବନଖଣ୍ଡର ଅଧିକାରୀ ଏଠାରେ ଡେରା ପକାଇଛନ୍ତି।

Share

Leave a Reply