ବଲଣ୍ଡା ଠାରୁ ଟିଟିପିଏସ କନଭେୟର ମଧ୍ୟରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

You are currently viewing ବଲଣ୍ଡା ଠାରୁ ଟିଟିପିଏସ କନଭେୟର ମଧ୍ୟରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର: ସ୍ଥାନୀୟ ବଲଣ୍ଡା ଠାରୁ ଟିଟିପିଏସ କନଭେୟର ରାସ୍ତା ମଧ୍ୟରେ ଓଭର ବ୍ରିଜ ନିର୍ମାଣ ପାଇଁ ଶୁକ୍ରବାର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ତାଳଚେର ଉପଖଣ୍ଡରୁ ହିଙ୍ଗୁଳା ମନ୍ଦିର ଯିବା ନିମନ୍ତେ ବଲଣ୍ଡା ଠାରୁ ଟିଟିପିଏସ କନଭେୟର ରାସ୍ତା ହେଉଛି ଏକ ମାତ୍ର ରାସ୍ତା। ଏହି ରାସ୍ତା ଦେଇ ଦୈନିକ ପ୍ରାୟ ୫୦୦୦ ଲୋକ ଚଳପ୍ରଚଳ କରିଥାନ୍ତି। ଏହି ରାସ୍ତା ଉପରେ ଗୋବରା, ଘଣ୍ଟପଡା, ବଡ଼ଯୋରଡା, ଡଅଁରା, କଳମଛୁଇଁ, ଗୋପାଳପ୍ରସାଦ, କୁମୁଣ୍ଡାବାସୀ ନିର୍ଭର କରିଥାନ୍ତି। ଏହି ରାସ୍ତାରେ ହାଇୱାଗୁଡିକ ଦିନ ରାତି ଯାତାୟାତ କରୁଥିବାରୁ କୋଇଲାଗୁଣ୍ଡ ଉଡ଼ି ଲୋକଙ୍କୁ ଅଣନିଶ୍ୱାସ କରିଦେଉଛି। ମଝିରେ ମଝିରେ ପାଣି ସିଞ୍ଚନ ଦ୍ୱାରା କୋଇଲାଗୁଣ୍ଡ ଏକପ୍ରକାର କାଦୁଅରେ ପରିଣତ ହୋଇ ଜମି ରହୁଛି। ଫଳରେ ଗାଡି ମୋଟର ଭାରସାମ୍ୟ ହରାଇ ଅନେକ ଲୋକ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି।

ପ୍ରକାଶ ଯେ ୧୯୯୦ ମସିହାରୁ ସେଣ୍ଟ୍ରାଲ କଲୋନୀ ନିକଟରେ ଏକ ପୋଲ ନିର୍ମାଣ କରାଯାଇ ଏମସିଏଲ କର୍ତ୍ତୃପକ୍ଷ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦେଉଛନ୍ତି। ଏହାକୁ ସମ୍ପୂର୍ଣ୍ଣ କରି ଏକ ଓଭର ବ୍ରିଜ ନିର୍ମାଣ କରାଗଲେ, ତଳେ କୋଲ ୱାସରୀ ଗାଡି ଓ ଉପରେ ଲୋକମାନେ ଯାତାୟାତ କରିପାରନ୍ତେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଦାବି ପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ, କେଶବ ଭୂତିଆ, ସଂଗ୍ରାମ କେଶରୀ କୁଅଁର, ଅଭୟ ପାଣି, ଗଣେଶ୍ୱର ଭୋଇ, ନଖିଆ ସାହୁ, ପଦ୍ମଚରଣ ସମାଲ, ପ୍ରଫୁଲ୍ଲ ପ୍ରଧାନ, ଉର୍ମିଳା ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply