ଅନୁଗୁଳ: ଅନୁଗୁଳ ସରକାରୀ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଏକ ପ୍ରତିନିଧି ଦଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲାପାଳ ଅବଦୁଲ ମହମଦ ଅଖତାରଙ୍କ ସହ ଆଲୋଚନା କରିଛନ୍ତି। ନାକ ଟିମ୍ ଅନୁଗୁଳ ସରକାରୀ ମହାବିଦ୍ୟାଳୟ ପରିଦର୍ଶନ କରିବାକୁ ଆସିବ। ଏଣୁ ତା’ ଆଗୁରୁ କଲେଜର ବିଭିନ୍ନ ମରାମତି କାର୍ଯ୍ୟ, ରଙ୍ଗ କାମ, ପରିମଳ କାମ, ସୌନ୍ଦର୍ଯ୍ୟକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ପଦକ୍ଷେପ ନେବାକୁ ଏହି ଟିମ୍ ବିଧାୟକ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ସେମାନେ ମଧ୍ୟ ସମ୍ମତି ପ୍ରକାଶ କରିଥିବା ଜଣାଯାଇଛି।
ଏଥି ସହିତ କଲେଜର ପିଜି ବ୍ଲକ, ଲାଇବ୍ରେରୀ, ଆଡମିନିଷ୍ଟ୍ରେଟର ବ୍ଲକ ଆଦି କାମ ପାଇଁ ଡିଏମଏଫ ଫଣ୍ଡ ବା ସିଏସଆର ଫଣ୍ଡରୁ ୨୦ କୋଟି ଟଙ୍କା କଲେଜକୁ ପ୍ରଦାନ କରିବାକୁ ପୁରାତନ ଛାତ୍ର ସଂସଦ କର୍ମକର୍ତ୍ତା ଦାବି କରିଥିଲେ।
ଏହି ପ୍ରତିନିଧି ଦଳରେ ଦେବାଶିଷ ପଟ୍ଟନାୟକ, ଚନ୍ଦ୍ରକାନ୍ତ ଧଳ, ଶିବରାମ ଦେହୁରୀ, ଦ୍ୱାରିକା ନନ୍ଦ, ତପନ ଦେହୁରୀ, ସଞ୍ଜୟ ଦେହୁରୀ, ପ୍ରଦ୍ୟୁମ୍ନ ନାଏକ, ପ୍ରଭାତ ସିହ୍ନା, ସୁଧିରେନ୍ଦ୍ର ପରିଜା ପ୍ରମୁଖ ଉପସ୍ଥିତ ଥିଲେ।