ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜରେ ଚଳିତ ବର୍ଷ ଠାରୁ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0

ତାଳଚେର: ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ଚଳିତ ବର୍ଷ ଠାରୁ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ନେଇ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କମିଟିର ଆବାହାକ ପଦ୍ମ ଚରଣ ସାମଲଙ୍କ ନେତୃତ୍ୱରେ ସଦସ୍ୟମାନେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ।

ଦାବିପତ୍ର ପ୍ରଦାନ ବେଳେ ବିନୋଦ ଲାଲ୍, ମନମୋହନ ନାଏକ, ସୁକାନ୍ତ ଦାସ, ମନୋଜ କୁମାର ଜେନା, ପ୍ରେମାନନ୍ଦ ମହାନ୍ତି, ଅନ୍ତର୍ଯ୍ୟାମୀ ପ୍ରଧାନ, ଶୋଭାଗିନୀ ଦାସ, ସୁଶୀଲ କୁମାର ନାଏକ, ନଖିଆ ସାହୁ, କିଶୋର ଚନ୍ଦ୍ର ବିଶ୍ୱାଳ, ଉଲ୍ଲାସ କୁମାର ମୁଦୁଲି, ପ୍ରହ୍ଲାଦ ଚନ୍ଦ୍ର ସାହୁ, କାଳନ୍ଦି ବିଶ୍ୱାଳ, ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!