ଅନୁଗୁଳ ମେଡ଼ିକାଲରେ ମାନସିକ ୱାର୍ଡ ଖୋଲିବା ପାଇଁ ଦାବି

You are currently viewing ଅନୁଗୁଳ ମେଡ଼ିକାଲରେ ମାନସିକ ୱାର୍ଡ ଖୋଲିବା ପାଇଁ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନେକ ମାନସିକ ରୋଗୀ ଆସୁଥିବା ଦେଖିବାକୁ ମିଳୁଛି। ଶିଳ୍ପ ସମୃଦ୍ଧ ଜିଲ୍ଲାରେ ପରିବର୍ତ୍ତିତ ଜୀବନ ଶୈଳୀ ଲୋକଙ୍କ ମଧ୍ୟରେ ଆର୍ଥିକ ଅସମାନତା ମାନସିକ ରୋଗ ବୃଦ୍ଧିରେ ସହାୟକ ହେଉଛି। ଅନୁଗୁଳ ମେଡ଼ିକାଲରେ ଜଣେ ମାନସିକ ରୋଗ ବିଶେଷଜ୍ଞ ମଧ୍ୟ ଅଛନ୍ତି। ଅନୁଗୁଳ ମେଡ଼ିକାଲକୁ ଆସୁଥିବା ମାନସିକ ରୋଗୀଙ୍କୁ ଏବେ ସାଧାରଣ ୱାର୍ଡରେ ରଖା ଯାଉଛି। ଏହାଦ୍ବାରା ଅନ୍ୟ ରୋଗୀ ମାନଙ୍କୁ ଅସୁବିଧା ହେଉଛି।ଏଣୁ ମେଡ଼ିକାଲରେ ଏକ ସ୍ବତନ୍ତ୍ର ମାନସିକ ୱାର୍ଡ ଆବଶ୍ୟକ ହେଉଛି। ଏହି ମାନସିକ ୱାର୍ଡ ଖୋଲିବା ପାଇଁ ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତିଙ୍କୁ ଏକ ଦାବି ପତ୍ର ଦେଇଛନ୍ତି ସମାଜସେବୀ ଚିନ୍ମୟୀ ଦାସ ।

Share

Leave a Reply