ସର୍ବନିମ୍ନ ମଜୁରୀ ସହ ଅନ୍ୟ ଦାବି ନେଇ ଶ୍ରମିକ ସଂଘ ପକ୍ଷରୁ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ

You are currently viewing ସର୍ବନିମ୍ନ ମଜୁରୀ ସହ ଅନ୍ୟ ଦାବି ନେଇ ଶ୍ରମିକ ସଂଘ ପକ୍ଷରୁ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର: ତାଳଚେର ଏମ୍.ସି.ଏଲ୍ ସ୍ଥିତ ଲିଙ୍ଗରାଜ କୋଇଲା ଖଣିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ଓ ଅନ୍ୟାନ୍ୟ ଦାବି ନେଇ ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ବିଜେପି ନେତା ତଥା ଶ୍ରମିକ ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ସଂଘ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପତ୍ର ମୁତାବକ, ଲିଙ୍ଗରାଜ କୋଇଲା ଖଣିରେ ଏସ୍.ଏନ୍.ଏସ୍. ଇରେକ୍ଟର ପ୍ରାଇଭେଟ୍ ଲିମିଟେଡ୍ ନାମକ ଘରୋଇ କମ୍ପାନୀ ଗତ ଜୁନ୍ ମାସ ଠାରୁ କାର୍ଯ୍ୟ କରୁଛି। ଏଥିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ସଠିକ୍ ଭାବରେ ସର୍ବନିମ୍ନ ମଜୁରୀ, ସି.ଏମ୍.ପି.ଏଫ୍, ମେଡିକାଲ୍ ସୁବିଧା ପ୍ରଦାନ କରୁନାହିଁ। ଏହା ସହିତ ମାସିକ ୨୬ ଦିନର କାର୍ଯ୍ୟ ପ୍ରଦାନ କରିବା ପାଇଁ ନିୟମ ଥିଲେ ମଧ୍ୟ ତାହା କମ୍ପାନୀ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରୁନାହିଁ। ଫଳରେ ଠିକା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆସନ୍ତା ୩ ଦିନ ମଧ୍ୟରେ ଦାବିଗୁଡ଼ିକ ପୂରଣ ନ ହେଲେ ବାଧ୍ୟ ହୋଇ ଶ୍ରମିକ ସଂଘର ସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ବରେ ଖଣି ବନ୍ଦ ଆନ୍ଦୋଳନ କରାଯିବା ସହ ଲିଙ୍ଗରାଜ କୋଇଲା ଖଣି ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ପାଇଁ ନିଷ୍ପତ୍ତି ହୋଇଛି।

Share

Leave a Reply