ଖୋଲୁନି ଟିକରପଡା ନେଚର କ୍ୟାମ୍ପ,ରୋଜଗାର ନପାଇ ହତାଶ ସ୍ଥାନୀୟ ବାସିନ୍ଦା: କ୍ୟାମ୍ପ ତୁରନ୍ତ ଖୋଲିବା ପାଇଁ ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା କମିଟିର ଦାବି

You are currently viewing ଖୋଲୁନି ଟିକରପଡା ନେଚର କ୍ୟାମ୍ପ,ରୋଜଗାର ନପାଇ ହତାଶ ସ୍ଥାନୀୟ ବାସିନ୍ଦା: କ୍ୟାମ୍ପ ତୁରନ୍ତ ଖୋଲିବା ପାଇଁ ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା କମିଟିର ଦାବି

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଟିକରପଡାଠାରେ ବନବିଭାଗ ପକ୍ଷରୁ ନେଚର୍ କ୍ୟାମ୍ପ ଖୋଲାଯାଇଥିଲା। ହେଲେ ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ନେଚର କ୍ୟାମ୍ପ ଆରମ୍ଭ କରାଯାଉନାହିଁ। ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସ୍ଥାନୀୟ ଲୋକମାନେ ନିଜର ଜୀବିକା ହରାଇଛନ୍ତି, ନେଚର୍ କ୍ୟାମ୍ପରେ କାମ କରି ରୋଜଗାର କରିବା ଆଶାରେ ଥିବା ଲୋକମାନେ ହତାଶ ହୋଇଛନ୍ତି। ନେଚର କ୍ୟାମ୍ପ ତୁରନ୍ତ ଖୋଲିବା ପାଇଁ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା କମିଟି ପକ୍ଷରୁ ଦାବି ହୋଇଛି। କମିଟି ସଭାପତି ବିଦ୍ୟାଧର ପ୍ରଧାନ, ସମ୍ପାଦକ ଜୟରାମ ସାହୁ, ଉପସଭାପତି ପ୍ରଫୁଲ୍ଲ ଦେହୁରୀ, ସୁବୋଧ ସାମଲ, ଜ୍ଞାନରଞ୍ଜନ ସାହୁ, ଫକିର ଜାନି, ରବୀନ୍ଦ୍ର ବାରିକ, ଉପଦେଷ୍ଟା ତୀର୍ଥବାସୀ ଭୋଇ, ମାନସ ପାଳ ପ୍ରମୁଖ ଦାବି କରିଛନ୍ତି। ବନବିଭାଗ ପକ୍ଷରୁ ନେଚର କ୍ୟାମ୍ପ ଖୋଲିବା ପାଇଁ ପଦକ୍ଷେପ ନିଆନଗଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply