ଅନୁଗୁଳ: ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ବିକାଶ କମିଟି ସମୀକ୍ଷା ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ବୈଠକରେ ବିଧାୟକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ପୂର୍ତ୍ତ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ପ୍ରାଣୀ ସମ୍ପଦ, କୃଷି, ଉଦ୍ୟାନ କୃଷି,ଗ୍ରାମ୍ୟ ଗୃହ ନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଓଡ଼ିଶା ଜୀବିକା ମିଶନ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା, ଶ୍ରମ, ଦକ୍ଷତା ବିକାଶ, କ୍ରୀଡ଼ା ସହିତ ବିଭିନ୍ନ ବିଭାଗ ଆଦି ସମ୍ପର୍କରେ ସମୀକ୍ଷା କରିଥିଲେ।ବୈଠକରେ ପାଳଲହଡ଼ା ଅଞ୍ଚଳ ସହିତ ଜଡ଼ିତ ବିଭିନ୍ନ ବିଷୟରେ ସମସ୍ତ ବିଭାଗୀୟ କାର୍ଯ୍ୟ ଉପରେ ବିଧାୟକ ସମୀକ୍ଷା କରିଥିଲେ।ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ, ପାରଦର୍ଶିତା ଏବଂ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ଉପରେ ବିଧାୟକ ଗୁରୁତ୍ବାରୋପ କରିଥିଲା। ଜିଲ୍ଲାପାଳଙ୍କ ଉପସ୍ଥିତିରେ ମୋ ଜଙ୍ଗଲ ଜମି ଯୋଜନା ଅନ୍ତର୍ଗତ ୪ଗୋଟି ରାଜସ୍ୱ ଗ୍ରାମର ଗୋଷ୍ଠୀ ଜଙ୍ଗଲ ଅଧିକାର ତଥା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଶିରୋନାମା ଗ୍ରାମ୍ୟ କମିଟିର ସଭାପତି ତଥା ସମ୍ପାଦକଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହ ପାଳଲହଡ଼ା ତହସିଲ ତରଫରୁ ୧୩ ଜଣ ହିତାଧିକାରୀଙ୍କୁ ବିଧାୟକ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ। ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପାଳଲହଡା ବ୍ଲକର ଜଣେ ପି ଭିଟିଜି ଉଦ୍ୟୋଗୀଙ୍କୁ ବିଧାୟକ ଏବଂ ଜିଲ୍ଲାପାଳ ନାନୋ ୟୁନିକର୍ଷ ଯୋଜନା ଅଧୀନରେ ୧ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ।
ବୈଠକରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଆଇଏଏସ୍ ପ୍ରୋବେସନର କସ୍ତୁରୀ ସା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ.ଗୌରୀ ଶଙ୍କର ବଳ, ପାଳଲହଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶାନ ମିଶ୍ର, କଣିହାଁ ତହସିଲଦାର ଚିନ୍ମୟ ଦାସ, କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରାଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।