ଆମ୍ବୁଲାନ୍ସ ପାଇଁ ୟୁନିୟନ ନେତାଙ୍କ ଧାରଣା: ଭରତପୁର ଜିଏମ ଅଫିସ୍ ୫ ଘଣ୍ଟା ଅଚଳ

You are currently viewing ଆମ୍ବୁଲାନ୍ସ ପାଇଁ ୟୁନିୟନ ନେତାଙ୍କ ଧାରଣା: ଭରତପୁର ଜିଏମ ଅଫିସ୍ ୫ ଘଣ୍ଟା ଅଚଳ

ତାଳଚେର: ଏମସିଏଲର ଭରତପୁର କୋଇଲା ଖଣିର ଜିଏମ ଅଫିସ୍‌ରେ ଆଇଏନଟିୟୁସି ନେତା ଧାରଣା ସହ କାର୍ଯ୍ୟାଳୟ ଗେଟ୍ ବନ୍ଦ କରିବା ଫଳରେ ୫ ଘଣ୍ଟା କାର୍ଯ୍ୟାଳୟ ଅଚଳ ରହିଥିଲା।

ସୂଚନା ମୁତାବକ, ଭରତପୁର କୋଇଲା ଖଣିରେ ସମ୍ଭାବ୍ୟ ଦୁର୍ଘଟଣା ପାଇଁ ଜରୁରୀକାଳୀନ ଆମ୍ବୁଲାନ୍ସ ଗାଡ଼ି ନିୟୋଜିତ ହୋଇଥାଏ। ମାତ୍ର ଦୀର୍ଘଦିନ ହେବ ଆମ୍ବୁଲାନ୍ସ ଗାଡ଼ି ଅଚଳହେବା ଫଳରେ ଶ୍ରମିକମାନେ ଦୁର୍ଘଟଣା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ନ ଶୁଣିବାରୁ ବାଧ୍ୟ ହୋଇ ଶ୍ରମିକ ନେତା ବିନୟ ଖିଲାରଙ୍କ ନେତୃତ୍ୱରେ ଜିଏମ ଅଫିସକୁ ଶନିବାର ମଧ୍ୟାହ୍ନ ସମୟରୁ ଅପରାହ୍ଣ ୪ଟା ଯାଏଁ ବନ୍ଦ କରିଦେଇଥିଲେ। କର୍ତ୍ତୃପକ୍ଷଙ୍କ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

Share

Leave a Reply