ବିଜେଡି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ: ଜରପଡ଼ା ବିଜେପି ପକ୍ଷରୁ ଗଣଧାରଣା

You are currently viewing ବିଜେଡି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ: ଜରପଡ଼ା ବିଜେପି ପକ୍ଷରୁ ଗଣଧାରଣା

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଜରପଡ଼ା ପଞ୍ଚାୟତରେ ବିଜେପି ପକ୍ଷରୁ ଓଡ଼ିଶା ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଗଣଧାରଣା ଦିଆଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପିର ବରିଷ୍ଠ ନେତା ତଥା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜରପଡ଼ା ଗ୍ରାମ ବିଜେପି ସଭାପତି ଝାରୁ ସାହୁ, ଉପ – ସଭାପତି କ୍ଷୀରୋଦ ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ଉପ – ସଭାପତି କନେଇ ସାହୁ, ଜରପଡ଼ା ମଣ୍ଡଳ ଉପ – ସଭାପତି ଡମ୍ବରୁଧର ବେହେରା, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଚିତ୍ତରଞ୍ଜନ ଦାସ, ଜରପଡ଼ା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁଜିତ୍ କୁମାର ସାହୁ, ସମିତି ସଭ୍ୟା ପ୍ରମିଳା ପଲେଇ, ଯୁବନେତା ବିଶ୍ୱଜିତ୍ ସାହୁ, ମନୋଜ ବେହେରା, ବିନୋଦ ପ୍ରଧାନ, ପ୍ରଫୁଲ୍ଲ ବେହେରା, ହେମନ୍ତ ନାଏକ, ଗୟା ନାଏକ, ବିଦେଶୀ ଗୋଛାୟତ, ସୁଗ୍ରୀବ ଗୋଛାୟତ, ୱାର୍ଡ଼ ମେମ୍ବର ମନ୍ଦାକିନୀ ରାଉତ, ଉପମା ଗୋଛାୟତଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

Share

Leave a Reply